fbpx

UP ଇଲେକ୍ସନ ୨୦୨୨: ନିର୍ବାଚନ ପାଇଁ କଂଗ୍ରେସର ଇସ୍ତାହାର ଜାରି

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ଇସ୍ତାହାର ଜାରି । ସରକାର ଗଢ଼ିଲେ ୨୦ ଲକ୍ଷ ଯୁବକଙ୍କୁ ଚାକିରି ଦେବାର ଘୋଷଣା । ୨୦ ଲକ୍ଷରୁ ୮ ଲକ୍ଷ ମହିଳାଙ୍କୁ ଚାକିରି ଦେବା ଲାଗି ଘୋଷଣା କରିଛି କଂଗ୍ରେସ । ୧% ସୁଧ ହାରରେ ୫ ଲକ୍ଷ ଟଙ୍କା ଯାଏ ସୁଲଭ ଋଣ ଯୋଗାଣର ପ୍ରତିଶ୍ରୁତି । ସ୍ୱତନ୍ତ୍ର ଭାବେ ‘ଭର୍ତ୍ତି ବିଧାନ’ ନାମକ ଏକ ଯୁବ ଇସ୍ତାହାର ବି ଜାରି କଲେ ରାହୁଲ ଓ ପ୍ରିୟଙ୍କା ଗାନ୍ଧି ।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶରେ ୧୪ ଫେବୃଆରୀରୁ ବିଧାନସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ସମୁଦାୟ ୭ ଟି ପର୍ଯ୍ୟାୟରେ ଏଠାରେ ଅନୁଷ୍ଠିତ ହେବ ନିର୍ବାଚନ । ଫେବୃଆରୀ ୧୦ରେ ପ୍ରଥମ ପର୍ଯ୍ୟାୟ, ଫେବୃଆରୀ ୧୪ରେ ଦ୍ୱିତୀୟ ପର୍ଯ୍ୟାୟ, ୨୦ ତାରିଖରେ ତୃତୀୟ ପର୍ଯ୍ୟାୟ,୨୩ ତାରିଖରେ ଚତୁର୍ଥ ପର୍ଯ୍ୟାୟ, ୨୭ ଫେବୃଆରୀରେ ୫ମ ପର୍ଯ୍ୟାୟ, ମାର୍ଚ୍ଚ ୩ରେ ଷଷ୍ଠ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୭ ରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।

ତେବେ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଲାଗିପଡ଼ିଛନ୍ତି ଉଭୟ ଦଳ । ଏହାରି ମଧ୍ୟରେ ଶୁକ୍ରବାର କଂଗ୍ରେସ ଏହାର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି ।

Get real time updates directly on you device, subscribe now.