fbpx

କଂଗ୍ରେସ ଉପରେ ପୁଣି ବର୍ଷିଲେ ମୋଦୀ, କହିଲେ କଂଗ୍ରେସ ମଡେଲର ଅର୍ଥ ହେଉଛି କେବଳ ଦୁର୍ନୀତି…

ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର କଂଗ୍ରେସ ଦଳକୁ ଟାର୍ଗେଟ କରି କହିଛନ୍ତି ଯେ ‘କଂଗ୍ରେସ ମଡେଲ’ର ଅର୍ଥ ହେଉଛି ଭାଇ-ଭଣଜାବାଦ , ଜାତିବାଦ, ସାମ୍ପ୍ରଦାୟିକତା ଏବଂ ଭୋଟ୍ ବ୍ୟାଙ୍କ ରାଜନୀତି। ଆସନ୍ତା ମାସରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଉତ୍ତର ଗୁଜୁରାଟର ମେହସାନା ଠାରେ ଏକ ରାଲିକୁ ସମ୍ବୋଧିତ କରି ମୋଦୀ ଏହା କହିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ କେବଳ ଗୁଜୁରାଟ ନୁହେଁ ସମଗ୍ର ଦେଶକୁ ଧ୍ୱଂସ କରିଛି।

ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ସମ୍ବୋଧିତ କରି କହିଛନ୍ତି, “କଂଗ୍ରେସ ମଡେଲର ଅର୍ଥ ହେଉଛି ଦୁର୍ନୀତି, ରାଜବଂଶ ରାଜନୀତି, ସାମ୍ପ୍ରଦାୟିକତା ଏବଂ ଜାତିବାଦ। ଭୋଟ୍ ବ୍ୟାଙ୍କ ରାଜନୀତିରେ ଯୋଗଦେବା ଏବଂ କ୍ଷମତାରେ ରହିବାକୁ ଲୋକଙ୍କ ମଧ୍ୟରେ ମତଭେଦ ସୃଷ୍ଟି ପାଇଁ ସେମାନେ ବେଶ ଜଣାଶୁଣା। ” ସେ କହିଛନ୍ତି, “ଏହି ମଡେଲ କେବଳ ଗୁଜୁରାଟକୁ ନୁହେଁ ଭାରତକୁ ମଧ୍ୟ ନଷ୍ଟ କରିଦେଇଛି। ଏହି କାରଣରୁ ଆଜି ଦେଶକୁ ଆଗକୁ ନେବାକୁ ଆମକୁ କଠିନ ପରିଶ୍ରମ କରିବାକୁ ପଡିବ।

ପ୍ରଧାନମନ୍ତ୍ରୀ ଦିନିକିଆରେ ଦାହୋଦ,ବଡୋଦରା ଏବଂ ଭବନଗରରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଥିଲା । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜକୋଟ ଜିଲ୍ଲାର ଧୋରାଜୀ ଠାରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଥିଲେ। ତା’ପରେ ପ୍ରଧାନମନ୍ତ୍ରୀ ମୋଦୀ ଜନସାଧାରଣଙ୍କୁ ସମ୍ବୋଧିତ କରିବାବେଳେ କହିଥିଲେ ଯେ ସରକାର ଏବଂ ଜନସାଧାରଣଙ୍କ ମିଳିତ ଉଦ୍ୟମ ଯୋଗୁଁ ଗୁଜରାଟର ନାମ ସାରା ବିଶ୍ୱରେ ପ୍ରତିଫଳିତ ହେଉଛି ।ଏହାକୁ ନଷ୍ଟ ହେବାକୁ ଦିଅନ୍ତୁ ନାହିଁ ।

ତେବେ ଚଳିତ ଥର ସତ୍ତାକୁ ଫେରିବା ପାଇଁ ସବୁ ଦଳ ଖୁବ ଉଦ୍ୟମ କରୁଛନ୍ତି । ଏହା ସହିତ ଆପ ସରକାର ମଧ୍ୟ ବିଭିନ୍ନ ପ୍ରଲୋଭନ ଦେଖାଉଛନ୍ତି । ମାଗଣା ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି ଠାରୁ ଆରମ୍ଭ କରି କିଭଳି ଭାବରେ ସରକାର ଗଠନ କରିବେ ତାକୁ ନେଇ ନୂଆ ଷଡଯନ୍ତ୍ର ରଚୁଛନ୍ତି । ସେପଟେ ବିଜେପି ରାଲି ,ସଭା କରି ଗୁଜରାଟବାସୀଙ୍କ ଆସ୍ଥା ଭାଜନ କରିବାକୁ ଚାହୁଁଛି । କଂଗ୍ରେସ ମଧ୍ୟ ଗୁଜରାଟ ନିର୍ବାଚନ ପାଇଁ ଭାରତ ଯୋଡୋ ଯାତ୍ରାକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛି । ତେବେ ଦେଖିବା ବାକି ରହିଲା ଗୂଜରାଟବାସୀ କାହାକୁ ସେମାନଙ୍କର ସମର୍ଥନ ଜଣାଇବେ ଏବଂ ସତ୍ତାକୁ ଫେରାଇବେ ।

Get real time updates directly on you device, subscribe now.