fbpx

ଆସନ୍ତା ଜୁନ୍ ୨୩ରେ ହେବ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ

ନୂଆଦିଲ୍ଲୀ, ୧୦ା୫: ଆସନ୍ତା ଜୁନ୍ ମାସ ୨୩ ତାରିଖରେ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବ । କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଏନେଇ ତାରିଖ ଘୋଷଣା ହୋଇଛି । ସଂଗଠନ ମହାସଚିବ କେ.ସି. ବେଣୁଗୋପାଳ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ବର୍ତ୍ତମାନ ସୋନିଆ ଗାନ୍ଧି କଂଗ୍ରେସର ଦଳର ଅନ୍ତରୀଣ ଅଧ୍ୟକ୍ଷା ଭାବେ କାର୍ଯ୍ୟ କରୁଛନ୍ତି । ୨୦୧୯ ଲୋକସଭା ନିର୍ବାଚନ ପରେ ରାହୁଲ ଗାନ୍ଧି ନିଜ ପଦରୁ ଇସ୍ତଫା ଦେବା ପରଠାରୁ ଅଧ୍ୟକ୍ଷ ପଦବୀ ଖାଲି ପଡ଼ିଛି ।

Get real time updates directly on you device, subscribe now.