fbpx

ବୁଥ୍ ସ୍ତରରୁ ସଶକ୍ତ ହେବ କଂଗ୍ରେସର ସୋସିଆଲ ମିଡିଆ ବିଭାଗ: କେ.ସି. ଭେନୁଗୋପାଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କଂଗ୍ରେସ ସୋସିଆଲ ମିଡ଼ିଆ ଅଧକ୍ଷ ଅଭିଷେକ ମହାନନ୍ଦ ଦିଲ୍ଲୀ ଠାରେ ଏ.ଆଇ.ସି.ସି ସଂଗଠନ ଦାୟିତ୍ୱରେ ଥିବା ସାଧାରଣ ସମ୍ପାଦକ କେ.ସି. ବେନୁଗୋପାଳ ଏବଂ ସୋସିଆଲ ମିଡ଼ିଆର ଜାତୀୟ ଅଧ୍ୟକ୍ଷ ଶ୍ରୀ ରୋହନ ଗୁପ୍ତାଙ୍କୁ ଭେଟିଲେ। ଦୁଇ ଦିନିଆ ସମୀକ୍ଷା ବୈଠକ ରେ ସାମିଲ ହୋଇଥିଲେ ଶ୍ରୀ ମହାନନ୍ଦ। ଓଡ଼ିଶା ସମ୍ପର୍କୀୟ ସୋସିଆଲ ମିଡ଼ିଆ ବିଭାଗ ସହିତ ସାଂଗଠନିକ ଆଲୋଚନା କରିଥିଲେ ଶ୍ରୀ ଭେନୁ ଗୋପାଳ। ବୁଥ ସ୍ଥର ପର୍ଯ୍ୟନ୍ତ ଯିବାକୁ ସୋସିଆଲ ମିଡ଼ିଆ ବିଭାଗକୁ କହିଥିଲେ । ରାଜ୍ୟ ସୋସିଆଲ ମିଡିଆ ବିଭାଗର ସାଧାରଣ ସମ୍ପାଦକ ଚନ୍ଦନ ରାୟ ଏବଂ ସୁବାସ ଚନ୍ଦ୍ର ନାୟକ ମଧ୍ୟ ଯୋଗ ଦେଇଥିଲେ।

Get real time updates directly on you device, subscribe now.