fbpx

୮ ବର୍ଷ ମଧ୍ୟରେ ମୋଦୀ ସରକାରଙ୍କ ବିଫଳତା ଉପସ୍ଥାପନ କରିବ କଂଗ୍ରେସ, ଦେଖନ୍ତୁ କ’ଣ ରହିପାରେ ସାମ୍ବାବ୍ୟ ବିଷୟ

ନୁଆଦିଲ୍ଲୀ: ଭାରତୀୟ ଜନାତା ପାର୍ଟି(ବିଜେପି) କେନ୍ଦ୍ରରେ ୮ ବର୍ଷ ପୁରଣ କରି ସାରିଛି। ଏହି ସମୟରେ ସରକାର ଅନୁଚ୍ଛେଦ ୩୭୦ ଏବଂ ତ୍ରିପଲ ତଲାକ ଭଳି ବଡ଼ ଐତିହାସିକ ନିଷ୍ପତ୍ତି ନେଇ ଚର୍ଚ୍ଚାରେ ରହିଛନ୍ତି। ସେହିଭଳି ରାଫେଲ, ପେଗାସସ୍ ଜାସୁସୀ ଭଳି ବିଷୟକୁ ନେଇ ସରକାର ବିରୋଧିଙ୍କ ଟାର୍ଗେଟରେ ରହିଛନ୍ତି। ମୋଦୀ ସରକାରଙ୍କ ଆଠ ବର୍ଷ ପୁରଣ ଅବସରରେ କଂଗ୍ରେସ ସରକାରଙ୍କୁ ଏକ ରିପୋର୍ଟ କାର୍ଡ ଦେବାକୁ ଯୋଜନା କରିଛି।
କଂଗ୍ରେସ ସାଧାରଣ ସମ୍ପାଦକ ଅଜୟ ମାକେନ ଏବଂ ମୁଖପାତ୍ର ରଣଦୀପ ସୁରେଜବାଲା ଆଜି ଏକ ସାମ୍ବାଦୀକ ସମ୍ମିଳନୀ କରି ମୋଦୀ ସରକାରଙ୍କ ରିପୋର୍ଟ କାର୍ଡ ଉପସ୍ଥାପନ କରିବେ। ସୂଚନା ଅନୁସାରେ ଭାରତୀୟ ଜାତୀୟ କଂଗ୍ରେସ ମୋଦୀ ସରକାରଙ୍କ ଗତ ଆଠ ବର୍ଷରେ ଅର୍ଥନୀତି, ବୈଦେଶିକ ନୀତି, ଦେଶରେ ଅତ୍ୟାବଶ୍ୟକ ଜିନିଷର ଦରଦାମ୍ ଏବଂ ଦେଶରେ ଆଇନ୍ ବ୍ୟବସ୍ଥା ଆଦି ସମସ୍ତ ବିଫଳତାକୁ ଉପସ୍ଥାପନ କରିବାକୁ ଯୋଜନା କରିଛି।
ମୋଦୀ ସରକାର ସମୟରେ ଗତ ୪୫ ବର୍ଷରେ ବେରୋଜଗାରୀ ସର୍ବକାଳିନ ସ୍ଥରରେ ପହଞ୍ଚିଛି। ସେହିଭଳି ଦେଶରେ ଅତ୍ୟାବଶ୍ୟକ ଜିନିଷର ଦରଦାମ୍ ଅହେତୁକ ବୃଦ୍ଧି ସାଙ୍ଗକୁ ଡଲାର ତୁଳନାରେ ଟଙ୍କା ମଧ୍ୟ ସର୍ବକାଳିନ ସ୍ଥରରେ ପହଞ୍ଚିଛି। ଏଭଳି ସମୟରେ ଦେଶର ଅର୍ଥବ୍ୟବସ୍ଥା ସଂଘର୍ସ କରୁଥିବା ଭଳି ରିପୋର୍ଟ କଂଗ୍ରେସ ଉପସ୍ଥାପନ କରିବ ବୋଲି ଜାତୀୟ ଗଣମାଧ୍ୟରେ ଖବର ପ୍ରକାଶ ପାଇଛି।
ଏହା ସହିତ ଚାଇନ ଭାରତ ସୀମାରେ ପ୍ରବେଶ କରିବା ଘଟଣା ମଧ୍ୟ ଗୁରୁତ୍ୱପୁର୍ଣ୍ଣ ଅଟେ। ଏହାକୁ ସରକାରଙ୍କ ଏକ ସବୁଠୁ ବଡ଼ ବିଫଳତା ଭାବରେ କଂଗ୍ରେସ ଗଣନା କରୁଛି। ସେହିପରି ମୋଦୀ ସରକାସରଙ୍କ ସମୟରେ ଦେଶରେ ପକ୍ଷପାତିତା ବୃଦ୍ଧି ପାଇଥିବା ଏବଂ ନିଦ୍ଧିଷ୍ଟ ଗୋଷ୍ଠିକୁ ସରକାର ଟାର୍ଗେଟ କରୁଥିବା ଭଳି ବିଷୟ ମଧ୍ୟ ରହିଛି।
ତେବେ ମୋଦୀ ସରକାରଙ୍କ କାର୍ଯ୍ୟକାଳରେ ସବୁଠୁ ବଡ଼ ଚ୍ୟାଲେଞ୍ ଥିଲା କରୋନା ମହାମାରୀ। ଦେଶରେ କରୋନାର ଦ୍ୱିତୀୟ ଲହରୀ ସମୟରେ ଦୈନିକ ୪ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଲୋକଙ୍କୁ ମେଡିକାଲରେ ବେଡ୍ ମିଳି ନଥିଲା। ଏହା ସହିତ କରୋନାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ତାଲିକା ସରକାର ଲୁଚାଇବାକୁ ଚେଷ୍ଟା କରୁଥିବା ଭଳି ବିଷୟ ମଧ୍ୟ ରହିଥିବା ସୂଚନା ମିଳିଛି।

 

Get real time updates directly on you device, subscribe now.