fbpx

ମୋଦୀଙ୍କ ହେଲିକପ୍ଟର ନିକଟକୁ ଛାଡ଼ିଲେ କଳା ବେଲୁନ୍, ଗିରଫ ହେଲେ କଂଗ୍ରେସ କର୍ମୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହେଲିକପ୍ଟରକୁ ଲକ୍ଷ୍ୟ କରି କଳା ବେଲୁନ୍ ଉଡ଼ାଇଲେ କଂଗ୍ରେସ କର୍ମୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଏହି କଳା ବେଲୁନ୍ ଉଡ଼ାଇ ଗିରଫ ହୋଇଛନ୍ତି କଂଗ୍ରେସ୍ କର୍ମୀ । ଆନ୍ଧ୍ରପ୍ରଦେଶ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହେଲିକପ୍ଟର ଉଡ଼ାଣ ଭରିବାର କିଛି ସମୟ ପରେ କଂଗ୍ରେସର କିଛି କର୍ମକର୍ତ୍ତା କଳା ବେଲୁନ୍ ଛାଡ଼ିଥିଲେ ଯାହା ତାଙ୍କ ହେଲିକପ୍ଟରର ଖୁବ୍ ନିକଟତର ହୋଇଥିଲା ।

ଏଏନଆଇ ଦ୍ୱାରା ଜାରିହୋଇଥିବା ଏକ ଭିଡିଓରେ ଦେଖାଯାଉଛି ଯେ ଯେତେବେଳେ ପିଏମ ମୋଦୀଙ୍କ ହେଲିକପ୍ଟର ସୋମବାର ବିଜୟୱାଡ଼ାରେ ଉଡ଼ାଣ ଭରିଥିଲା, ସେତେବେଳେ କଳା ବେଲୁନ୍ ଛଡ଼ାଯାଇଥିଲା । ପ୍ରକୃତରେ ଯେଉଁ ଏୟାରପୋର୍ଟରୁ ମୋଦୀଙ୍କ ବିମାନ ଉଡ଼ାଣ ଭରିଥିଲା ସେହି ଏୟାରପୋର୍ଟ ନିକଟରେ କିଛି କଂଗ୍ରେସ ନେତା ବିରୋଧ ପ୍ରଦର୍ଶନ କରୁଥିଲେ । ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନାରା ଲଗାଇବା ସହ କଳା ବେଲୁନ୍ ଛାଡ଼ିଥିଲେ ।

ଏହାରି ମଧ୍ୟରେ କୃଷ୍ଣା ଜିଲ୍ଲା ପୋଲିସ ଅଧୀକ୍ଷକ କହିଛନ୍ତି ଯେ ଏହି ମାମଲାରେ କଂଗ୍ରେସର ୪ କର୍ମୀଙ୍କୁ ଗିରଫ କରାଯାଇଛି । ସେ କହିଛନ୍ତି ଯେ ପିଏମ ମୋଦୀଙ୍କ ହେଲିକପ୍ଟର ଗନ୍ନାବରମ ବିମାନ ବନ୍ଦରରୁ ଉଡ଼ାଣ ଭରିବାର କିଛି ସମୟପରେ କଳା ବେଲୁନ୍ ଛାଡ଼ିବା ଅଭିଯୋଗରେ ଏହି କଂଗ୍ରେସ କର୍ମୀଙ୍କୁ ଗିରଫ କରାଯାଇଛି । ଏହି ସମୟରେ ସେମାନେ ମୋଦୀଙ୍କୁ ବିରୋଧ କରିବା ସହ ହେଲିକପ୍ଟର ଆଡ଼କୁ କଳା ବେଲୁନ୍ ଉଡ଼ାଇଥିଲେ ।

Get real time updates directly on you device, subscribe now.