fbpx

ରେଷ୍ଟୁରାଣ୍ଟରେ ଆଉ ବାଧ୍ୟତାମୂଳକ ନୁହେଁ ସର୍ଭିସ ଚାର୍ଜ, ଜାରି ହେଲା ଗାଇଡଲାଇନ୍

ସେଣ୍ଟ୍ରାଲ୍ କନ୍ଜ୍ୟୁମର ପ୍ରୋଟେକ୍ସନ ଅଥରିଟି(ସିସିପିଏ) ଏକ ଆଶ୍ୱସ୍ତିକର ଘୋଷଣା କରିଛି । ସିସିପିଏ ରେଷ୍ଟୁରାଣ୍ଟ ଏବଂ ହୋଟେଲରେ ସର୍ଭିସକୁ ନେଇ ନୂଆ ଗାଇଡଲାଇନ ଜାରି କରିଛି । ଗାଇଡ ଲାଇନ ଅନୂଯାୟୀ ଏବେ ଆପଣଙ୍କୁ ବିଲରେ ସର୍ଭିସ ଚାର୍ଜ ଲଗାଯାଇ ଆସିବ ନାହିଁ । ଗାଇଡ ଲାଇନ ଅନୂଯାୟୀ ଏବେଠାରୁ କେହିବି ରେଷ୍ଟୁରାଣ୍ଟ ଏବଂ ହୋଟେଲ ନିଜ ଗ୍ରାହକଙ୍କୁ ସେବା ବଦଳରେ ଜବରଦସ୍ତି ସର୍ଭିସ ଚାର୍ଜ ଆଦାୟ କରିପାରିବେ ନାହିଁ ।

ଗାଇଡଲାଇନରେ ଅନୂଯାୟୀ ସର୍ଭିସ ଚାର୍ଜ ଦେବା କିମ୍ବା ନଦେବା ଗ୍ରାହକଙ୍କ ଉପରେ ନିର୍ଭର । ରେଷ୍ଟୁରାଣ୍ଟ ଏଥିପାଇଁ ଗ୍ରାହକଙ୍କୁ ବାଧ୍ୟ କରିପାରିବେ ନାହିଁ, ଏହା ସହ ଗ୍ରାହକଙ୍କୁ ସ୍ପଷ୍ଟ ଭାବରେ କହିବାକୁ ହେବ ଯେ ସର୍ଭିସ ଚାର୍ଜ ବୈକଳ୍ପିକ । ଗାଇଡ ଲାଇନ ଅନୂଯାୟୀ ଯଦି କୌଣସି ହୋଟେଲ କିମ୍ବା ରେଷ୍ଟୁରାଣ୍ଟ ବିଲ୍ ରେ ସର୍ଭିସ୍ ଚାର୍ଜ ଲଗାଉଛନ୍ତି ତେବେ ଗ୍ରାହକ ଉପଭୋକ୍ତା ହେଲ୍ପଲାଇନ ନମ୍ବର ୧୯୧୫ ରେ ରେଷ୍ଟୁରାଣ୍ଟ ବିରୋଧରେ ଅଭିଯୋଗ କରିପାରିବେ । ଗ୍ରାହଙ୍କ ଠାରୁ ରେଷ୍ଟୁରାଣ୍ଟ କିମ୍ବା ହୋଟେଲ କୌଣସି ଅନ୍ୟ ପ୍ରକାରରେ ସର୍ଭିସ ଚାର୍ଜ ନେଇପାରିବେନାହିଁ କି ଖାଦ୍ୟ ବିଲ୍ ରେ ଯୋଡ଼ିପାରିବେ ନାହିଁ । ଉପଭୋକ୍ତା ମାମଲା ବିଭାଗ ତଥା ଡିଓସିଏ ପୂର୍ବରୁ ଏନେଇ ଏକ ଫ୍ରେମୱାର୍କ ଆସିବା ନେଇ କହିଥିଲା ।

ସେପଟେ ଏକ ରିପୋର୍ଟ ଅନୂଯାୟୀ, ନାସନାଲ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ୍ ଇଣ୍ଡିଆ (ଏନଆରଏଆଇ) ଏହା ସ୍ପଷ୍ଟ କରିଛି ଯେ ରେଷ୍ଟୁରାଣ୍ଟ ଦ୍ୱାରା ନିଆଯାଉଥିବା ସର୍ଭିସ ଚାର୍ଜ ସଂପୂର୍ଣ୍ଣ ବୈଧ ଏବଂ ଡିଓସିଏ ଏପର୍ଯ୍ୟନ୍ତ ଏହା ନିଶ୍ଚୟ କରିନାହିଁ ଯେ ନୂଆ ଫ୍ରେମୱାର୍କକୁ ଲାଗୁ କରାଯିବ ନା ନାହିଁ ।

Get real time updates directly on you device, subscribe now.