fbpx

ସମାଜସେବୀ ଆଦିତ୍ୟ ଦାସଙ୍କ ସୁଇସାଇଡ଼ ନୋଟକୁ ନେଇ ବଢ଼ିଲା ବିବାଦ

ଭୁବନେଶ୍ୱର, ୯ା୭(ଓଡ଼ିଶା ଭାସ୍କର): ସମାଜସେବୀ ଆଦିତ୍ୟ ଦାସଙ୍କ ସୁଇସାଇଡ଼ ନୋଟକୁ ନେଇ ବଢ଼ି ଚାଲିଛି ବିବାଦ । ତାଙ୍କ ହସ୍ତାକ୍ଷର ନେଇ ପ୍ରଶ୍ନ ଉଠାଇଛନ୍ତି ପିପୁଲ ଫର ସେବା ସଦସ୍ୟ । ସଦସ୍ୟଙ୍କ କହିବା ଅନୁସାରେ ସୁଇସାଇଡ଼ ନୋଟରେ ଥିବା ହସ୍ତାକ୍ଷର ଆଦିତ୍ୟଙ୍କର ନୁହେଁ । ଏହା ପଛରେ ରହସ୍ୟ ରହିଛି । ତେଣୁ ତାଙ୍କ ମୃତ୍ୟୁ ମାମଲାକୁ ନେଇ ତଦନ୍ତ ଭଲ ଭାବେ ହେଉ ବୋଲି ପିପୁଲ ଫର ସେବା ସଦସ୍ୟମାନେ ଦାବି କରିଛନ୍ତି । ଗତକାଲି ଆଦିତ୍ୟଙ୍କର ସୁଇସାଇଡ଼ ନୋଟ ମିଳିଥିଲା । ପିପୁଲ ଫର ସେବା ଅନୁଷ୍ଠାନର ପ୍ରତିଷ୍ଠା କରିଥିଲେ ଆଦିତ୍ୟ । ବୃଦ୍ଧ-ବୃଦ୍ଧାଙ୍କ ସେବା ପାଇଁ ଏହି ସଂଗଠନ କାମ କରୁଥିଲା ।

ତାଙ୍କ ମୃତ୍ୟୁକୁ ନେଇ ହତ୍ୟା ମାମଲା ମଧ୍ୟ ରୁଜୁ ହୋଇଛି । ପିପୁଲ ଫର ସେବା ସଦସ୍ୟଙ୍କ ଅଭିଯୋଗ ଭିତ୍ତିରେ ମାମଲା ରୁଜୁ କରିଛି ଜିଆରପି ପୋଲିସ । ଗତକାଲି ଘଟଣା ସ୍ଥଳକୁ ଯାଇ ଜିଆରପି ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ଅନ୍ୟପଟେ ସମାଜସେବୀ ଆଦିତ୍ୟ ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆଜି ଆସିଛି । ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି । ଟ୍ରେନ ଆଘାତରେ ମୁଣ୍ଡ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ରିପୋର୍ଟରୁ ତଥ୍ୟ ମିଳିଛି । ଜିଆରପି ପୋଲିସଙ୍କୁ ହସ୍ତାନ୍ତର କରାଯାଇଛି ପୋଷ୍ଟମର୍ଟମ ରିପୋର୍ଟ ।

ଉଲ୍ଲେଖଯୋଗ୍ୟ ଯେ ସମାଜସେବୀ ଆଦିତ୍ୟ ସୁନ୍ଦରଙ୍କ ମୃତଦେହ ଗତ ମଙ୍ଗଳବାର ଦିନ ଭୁବନେଶ୍ୱରର ଲିଙ୍ଗରାଜ ଟେମ୍ପୁଲ ରୋଡ ଷ୍ଟେସନରୁ ମିଳିଥିଲା । ଏଥିସହିତ କିଛି ଦିନ ହେଲା ସେ ଡ଼ିପ୍ରେସନରେ ରହୁଥିବା ଜଣାପଡ଼ିିଥିଲା ।

Get real time updates directly on you device, subscribe now.