fbpx

ହାଇ ବ୍ଲଡପ୍ରେସର ରୋଗୀଙ୍କ ପାଇଁ ଭୟଙ୍କର ହେଉଛି କରୋନା, କେମିତି ପାଇବେ ଏଥିରୁ ମୁକ୍ତି

ଦେଶରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ତାଣ୍ଡବ ରଚୁଛି । ଦିନକୁ ଦିନ ଏହି ଭାଇରସକୁ ନେଇ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ହାଇ ବ୍ଲଡ ପ୍ରେସର ଏକ ଭୟଙ୍କର ରୋଗ ହୋଇଥିବା ବେଳେ କରୋନା ଭାଇରସ ଏହି ରୋଗୀଙ୍କ ପାଇଁ ଅଧିକ ଘାତକ ସାବ୍ୟସ୍ତ ହେବ ବୋଲି ଜଣାପଡ଼ିଛି । ଚାପ, ଅବସାଦ, ଅସ୍ୱାସ୍ଥ୍ୟକର ଖାଦ୍ୟ ଓ ବଂଶଗତ କାରଣରୁ ସାଧାରଣତଃ ଉଚ୍ଚ ରକ୍ତଚାପ ରୋଗ ସୃଷ୍ଟି ହୋଇଥାଏ । ବର୍ତ୍ତମାନର କରୋନା ସମୟରେ ଅଧିକାଂଶ ଲୋକଙ୍କ ମୃତ୍ୟୁ ହାର୍ଟ ଆଟାକ୍ ହେବା ପରେ ହେଉଥିବା ଦେଖାଯାଉଛି । ଅନେକ ରୋଗୀ ସୁସ୍ଥ ହେବା ପରେ ମଧ୍ୟ ତାଙ୍କ ସହ ଏପରି ଘଟୁଛି । ତେବେ ହୃଦୟର ମାଂସପେଶୀ ଦୁର୍ବଳ ହେବା କାରଣରୁ ଏପରି ହୋଇଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଉଚ୍ଚ ରକ୍ତଚାପ ରୋଗୀମାନେ ଏହି ସମୟରେ ବିଶେଷ କଥାକୁ ଧ୍ୟ।।ନ ଦେଲେ ନିଜର ମୃତ୍ୟୁ ଆଶଙ୍କାକୁ ହ୍ରାସ କରିପାରିବେ ବୋଲି ଡାକ୍ତରମାନେ କହିଛନ୍ତି । ବିଶେଷ କରି ରକ୍ତଚାପ ରୋଗୀମାନେ ନିଜର ଖାଦ୍ୟପେୟ ପ୍ରତି ଦୃଷ୍ଟି ଦେବା ଦରକାର । ସେମାନେ ପୋଟାସିୟମଯୁକ୍ତ ଫଳ, ପନିପରିବା, କଦଳୀ, ପାଳକ, ବ୍ରୋକଲି ଆଦି ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । କରୋନାରୁ ସୁସ୍ଥ ହେବାର ୫ରୁ ୧୦ ଦିନ ପର୍ଯ୍ୟନ୍ତ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ସମୟରେ ରକ୍ତଚାପକୁ ନିୟନ୍ତ୍ରଣ କରିବା ବହୁତ ଜରୁରୀ ଅଟେ ।

ହାଇ ବ୍ଲକପ୍ରେସର ରୋଗୀମାନେ ନିୟମିତ ଖାଦ୍ୟରେ ଲୁଣର ପରିମାଣକୁ କମ୍ କରିବା ଦରକାର । ଏହାଛଡ଼ା ପ୍ୟାକେଟ ଖାଦ୍ୟ, କେନ୍ ସୁପ ପରି ପରିତ୍ୟାଗ କରିବା ଉଚିତ । କାରଣ ସୋଡିୟମର ଅତ୍ୟଧିକ ମାତ୍ରା ସେବନ ଶରୀରରେ ବ୍ଲଡ ପ୍ରେସରକୁ ବୃଦ୍ଧି କରାଇଥାଏ । ଦୈନିକ ୮ ଘଣ୍ଟା ଶୋଇବା ରକ୍ତଚାପକୁ କଣ୍ଟ୍ରୋଲ କରିଥାଏ । ଛଅ ଘଣ୍ଟାରୁ କମ୍ ଶୋଇଥିବା ଲୋକଙ୍କଠାରେ ରକ୍ତଚାପର ଆଶଙ୍କା ବେଶୀ ରହିଥାଏ ବୋଲି ଡାକ୍ତରମାନେ ମତ ଦେଇଛନ୍ତି ।

Get real time updates directly on you device, subscribe now.