fbpx

ପୁଣି କରୋନା ତାଣ୍ଡବ ରଚିଲା ଏହି ଦେଶରେ, ଆରମ୍ଭ ହେଲା ଲକଡାଉନ୍

ଲଣ୍ଡନ, ୧୫ା୧୨: ସମଗ୍ର ବିଶ୍ୱରେ କରୋନା ସଂକ୍ରମଣ କମିବାର ନାଁ ଧରୁନାହିଁ । ସୂଚନା ମୁତାବକ ଇଂଲଣ୍ଡରେ କରୋନା ଭାଇରସର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ କିଛି ଅଞ୍ଚଳକୁ ପୁଣି ଲକଡାଉନ୍ କରାଯାଇଛି ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜଧାନୀ ଲଣ୍ଡନ ସମେତ ଆଉ କିଛି ଅଞ୍ଚଳରେ ଲକଡାଉନ୍ ଲାଗୁ କରାଯିବ । କରୋନାର ଏକ ନୂଆ ରୂପ ବହୁତ ଭୟଙ୍କର ଓ ଏହା ସଂକ୍ରମଣ ଚାରିଆଡ଼େ ବ୍ୟାପିବାରେ ଲାଗିଛି । ସ୍ୱାସ୍ଥ୍ୟମନ୍ତ୍ରୀ ସଂସଦରେ କହିଛନ୍ତି ଯେ, ଏହି ନୂଆ ସଂକ୍ରମଣରେ ଫଳରେ ସପ୍ତାହକ ମଧ୍ୟରେ ଦୁଇଗୁଣ ଲୋକ ଆକ୍ରାନ୍ତ ହୋଇଛନ୍ତି । ତେଣୁ ତୁରନ୍ତ ଓ ଉଚିତ ପଦକ୍ଷେପ ଗ୍ରହଣ ନକଲେ ଏହାକୁ ରୋକିବା ଅସମ୍ଭବ ହୋଇପଡ଼ିବ ବୋଲି ମନ୍ତ୍ରୀ ଦେଶର ସଂସଦରେ କହିଛନ୍ତି ।

Get real time updates directly on you device, subscribe now.