fbpx

ଜୁନ ଅପେକ୍ଷା ଜୁଲାଇରେ ବଢ଼ିବ କରୋନା ସଂକ୍ରମଣ

ଭୁବନେଶ୍ୱର, ୨୪ା୬(ଓଡ଼ିଶା ଭାସ୍କର): କରୋନା ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଏହି ଭାଇରସର ଏପର୍ଯ୍ୟନ୍ତ ପ୍ରତିଶେଧକ ମଧ୍ୟ ମିଳିପାରି ନାହିଁ । କରୋନା ଆକ୍ରାନ୍ତ ସଂଖ୍ୟା ଆଗକୁ ବଢ଼ିବାର ସମ୍ଭାବନା ରହିଛି । ଜୁନ ଅପେକ୍ଷା ଜୁଲାଇ ମାସରେ ସଂକ୍ରମଣ ସଂଖ୍ୟା ଅଧିକ ରହିବ ବୋଲି ସୂଚନା ମିଳିଛି । କରୋନା ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏନେଇ ସୂଚନା ଦେଇଛନ୍ତି । ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇନି । ଏହାଛଡ଼ା ଆଇସିଏମଆର ଗାଇଡ଼ଲାଇନ ଅନୁସାରେ ଟେଷ୍ଟ ହେଉଛି ବୋଲି ସେ କହିଛନ୍ତି । ଆଗକୁ ଆହୁରି ଅଧିକ କରୋନା ନମୁନା ପରୀକ୍ଷା ହେବ । ଟେଷ୍ଟ, ଟ୍ରାକ ଓ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଉଛି । ଆଇସିଏମଆର ଗାଇଡ଼ଲାଇନରେ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତିି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.