fbpx

ବାୟୁରେ ବ୍ୟାପୁଛି କରୋନା, ପ୍ରମାଣ କଲା ଯୁକ୍ତରାଷ୍ଟ୍ର ଆମେରିକାର ସିଡିସି

ନୂଆଦିଲ୍ଲୀ, ୯/୦୫(ଓଡିଶା ଭାସ୍କର): କରୋନା ମହାମାରୀ ସଂକ୍ରମଣ ସାରା ଦେଶରେ ଆତଙ୍କ ଖେଳାଇଥିବା ବେଳେ ଏନେଇ ବୈଜ୍ଞାନିକ ମାନେ ଆଉ ରିସର୍ଚ୍ଚ କରିଛନ୍ତି । ଏହି ଆଧାରରେ କୋଭିଡ-୧୯ ଭାଇରସ୍ ‘ସାର୍ସ-କୋଭ୍-୨’ ବାୟୁବାହିତ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ‘ସେଣ୍ଟର୍ ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେନ୍ସନ୍’ ( ସିଡିସି) ଶନିବାର ଦିନ ସୁନିଶ୍ଚିତ କରିଛନ୍ତି । ଏଥିସହିତ ଭାଇରସ୍ ‘ସାର୍ସ-କୋଭ୍-୨’ ସଂକ୍ରମଣ ସଂକ୍ରାନ୍ତରେ ସର୍ବସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଟ ଗାଇଡ୍ଲାଇନ୍ରେ ମଧ୍ୟ ଏ ତଥ୍ୟ ସାମିଲ ହୋଇଛି । ୨୦୨୧ ମେ ୭ ତାରିଖ ସୁଦ୍ଧା ‘ସିଡିସି’ ଉକ୍ତ ଗାଇଡ୍ଲାଇନ୍ରେ ୩ଟି ନୂଆ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଅନ୍ତର୍ଭୁକ୍ତ କରିଛି ।

ଉକ୍ତ ୩ଟି ଗାଇଡଲାଇନ୍ ମଧ୍ୟରୁ ଗୋଟିଏରେ ଉଲ୍ଲେଖ ଅଛି ଯେ, ଭାଇରସ୍ ‘ସାର୍ସ-କୋଭ୍-୨’ ବାୟୁଦ୍ବାରା ବ୍ୟାପିବାରେ ଯଥେଷ୍ଟ ସକ୍ଷମ । ଆକ୍ରାନ୍ତ ବ୍ୟକ୍ତିଙ୍କ ପ୍ରଶ୍ବାସ ବାୟୁ, କାଶ ଓ ଛିଙ୍କରେ ବାହାରୁ ଥିବା ‘ସାର୍ସ-କୋଭ୍-୨’ ବାୟୁମଣ୍ଡଳରେ ମିଶିଯାଇଥାଏ । ଏହାସହ ଆକ୍ରାନ୍ତ ବ୍ୟକ୍ତିଙ୍କ ଠାରୁ ୬ ଫୁଟ୍ରୁ ଅଧିକ ଦୂରରେ ଥିବା ବ୍ୟକ୍ତିମାନଙ୍କୁ ସଂକ୍ରମିତ କରେ ।

‘ସିଡିସି’ କହିଛି ଯେ, କୌଣସି ଆକ୍ରାନ୍ତ ବ୍ୟକ୍ତି ଗୋଟିଏ କୋଠରିରେ ୧୫ ମିନିଟ୍ରୁ ଅଧିକ ସମୟ ରହିଲେ ସେ କୋଠରିରେ ଥିବା ବାୟୁରେ ତାଙ୍କ ଠାରୁ ନିର୍ଗତ ହୋଇଥିବା ଅନେକ ଭୁତାଣୁ ବ୍ୟାପି ଯାଆନ୍ତି । ଆଉ ସେହି କଠୋରୀରେ ଯଦି ଆଉ ଜଣେ କେହି ବ୍ୟକ୍ତି ଛଅ ଫୁଟ୍ ଦୁରରେ ରହି ନିଶ୍ୱାସ ପ୍ରଶ୍ୱାସ ନିଅନ୍ତି ତେବେ ତାଙ୍କୁ ମଧ୍ୟ ଭୁତାଣୁ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାସହ ଏହି ବାୟୁରେ ଘୁରି ବୁଲୁଥିବା ଏହି ଭୂତାଣୁ ପ୍ରାୟ ଏକ ଘଣ୍ଟାକାଳ ସକ୍ରିୟ ରହିପାରୁଛି । ତେଣୁ ଟିକା ନେବା ଦ୍ୱାରା ସଂକ୍ରମଣକୁ କିଛି ମାତ୍ରାରେ ରୋକି ପାରିବା ଏବଂ ଆମର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ପାଇବ । ଏଥିସହିତ କୋଭିଡ୍ ଗାଇଡଲାଇନ୍ କୁ ମଧ୍ୟ ମାନି ଚଳିବାକୁ ପଡିବ । ଏଥିରେ ଡବଲ୍ ମାସ୍କ୍ ପରିଧାନ, ହାତଧୁଆ, ସାମାଜିକ ଦୂରତା ଆଦି ହେଉଛି ସର୍ବୋତ୍ତମ ଉପାୟ ।

Get real time updates directly on you device, subscribe now.