fbpx

ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ମୁଣ୍ଡ ଟେକୁଛି କରୋନା। ଦିନ କୁ ଦିନ ବଢିବାର ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫୩୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୮୨ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ଏହାବାଦ ୧୮ ବର୍ଷରୁ କମ ବୟସ ସୀମା ମଧ୍ୟରେ ୧୬୬ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୫୬୦୩ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।

 

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୧ଜଣ,ବାଲେଶ୍ୱରରୁ ୧୭ ଜଣ,ବରଗଡ ଜିଲ୍ଳାରୁ ୫୪ ଜଣ,ଭଦ୍ରକ ଜିଲ୍ଲାରୁ୪ ଜଣ,ବଲାଙ୍ଗୀର ରୁ ୩୭ ଜଣ,ବୌଦ୍ଧରୁ ୧୨ଜଣ,କଟକରୁ ୩୬ଜଣ,ଦେଓଗଡରୁ ୭ଜଣ, ଢ଼େଙ୍କାନାଳରୁ୧ଜଣ,ଗଜପତିରୁ ୬ଟି,ଗଞ୍ଜାମରୁ୧୨ ଜଣ, ଜଗତସିଂପୁରର ୮ ଜଣ, ଯାଜପୁରରୁ ୧୩ଜଣ, ଝାଡସୁଗୁଡାରୁ ୯ଜଣ,କଳାହାଣ୍ଡିରୁ ୧୭ ଜଣ,କନ୍ଧମାଳରୁ ୨୦ଜଣ, କେନ୍ଦ୍ରାପଡାରୁ ୯ଜଣ,ଖୋର୍ଦ୍ଧାରୁ ୧୩୩ ଜଣ,କୋରାପୁଟରୁ ୨୯ଜଣ,ମୟୁରଭଞ୍ଜରୁ୪୮ଜଣ,ନବରଙ୍ଗପୁରର୧୨ ଜଣ,ନୟାଗଡରୁ ୨୩ ଜଣ ଚିହ୍ନଟ ହୋଇଛନ୍ତି ।

 

ସେହିପରି ନୂଆପଡାରୁ୯ ଜଣ,ପୁରୀରୁ ୧୨ଜଣ, ରାୟଗଡାରୁ ୧୫ ଜଣ,ସମ୍ବଲପୁରର ୬୮ଜଣ, ସୋନପୁରର୨୮ ଜଣ,ସୁନ୍ଦରଗଡରୁ ୨୫୦ ଜଣ , ଷ୍ଟେଟପୁଲରୁ ୩୦ ଜଣ ଆକ୍ରାନ୍ତ ରହିଛନ୍ତି ।ସୂଚନା ଅନୁସାରେ ରାଜ୍ୟରେ ବର୍ତ୍ତମାନ ୬୩୮୫ଟି ଆକ୍ଟିଭ କେସ ରହିଥିବା ବେଳେ ୧୩୦୦୦୨୩ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୩୨୭୦୨୫୦୭ ସାମ୍ପୁଲ ଟେଷ୍ଟ ହୋଇଛି ।

Get real time updates directly on you device, subscribe now.