fbpx

ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କର ଟେଷ୍ଟେ ହେବ RT-PCR : ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର | (ଓଡିଶା ଭାସ୍କର) :  କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଦୃତ ବେଗରେ ବଢିଚାଲିଛି । ରାଜ୍ୟ ବାହାରୁ ଲୋକମାନେ ଓଡିଶା ଆସିଲେ ସେମାନଙ୍କର RT-PCR ଟେଷ୍ଟିଂ କରାଯିବ । ଏହାସହ ସେମାନଙ୍କୁ ୭ ଦିନ ସଙ୍ଗରୋଧରେ ରହିବା ପାଇଁ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି । ସେ କହିଛନ୍ତି ରାଜ୍ୟକୁ ୨୫ ଲକ୍ଷ ଟୀକା ପଠାଇବା ପାଇଁ ବୁଧବାର କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି । ୧୦ ଦିନ ପାଇଁ ୨୫ ଲକ୍ଷ ଟୀକା ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ଏପର୍ଯ୍ୟନ୍ତ ଟୀକା ଆସିନଥିବା କଥା ସେ ସୂଚନା ଦେଇଛନ୍ତି । ଗୁରୁବାର ସନ୍ଧ୍ୟା ସୁଦ୍ଧା ଟୀକା ନ ଆସିଲେ ଶନିବାରରୁ ଟୀକକରଣ ବନ୍ଦ ହେବ । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ଅଛି । ଏନେଇ ପ୍ରଧାନମନ୍ତ୍ରୀଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ଟୀକା ଦେବା ପାଇଁ ଦାବୀ ରଖିବେ ।

ଅନ୍ୟପଟେ କରୋନା ଭାଇରସର ଏହି ଷ୍ଟ୍ରେନ ପୂର୍ବ ଷ୍ଟ୍ରେନ ଅପେକ୍ଷା ଅଧିକ କ୍ଷତିକାରକ ବୋଲି ଆଇଏଲସ ନିର୍ଦ୍ଦେଶକ ଅଜୟ ପରିଡା ସୂଚନା ଦେଇଛନ୍ତି । ଯେଉଁଭଳି ଭାବେ ସଂକ୍ରମଣ ବଢିବାରେ ଲାଗିଛି ତାହା ଚିନ୍ତିା ଜନକ । ଭାଇରସର ଏହି ଷ୍ଟ୍ରେନ ଉପରେ ପରୀକ୍ଷା କରିବା ଆରମ୍ଭ କରି ଦେଇଛୁ ବୋଲି ସେ କହିଛନ୍ତ । ଓଡ଼ିଶାରେ ଛତିଶଗଡ଼ ଭଳି ପରିସ୍ଥିତି ସୃଷ୍ଟି ହେବା କିଛି ବଡ଼ କଥା ନୁହଁ । ସୀମାବର୍ତ୍ତୀ ଅଂଚଳରେ କରୋନା ସଂଖ୍ୟା ବଢୁଥିବାରୁ ସେଠୀ ନାଇଟ ର୍କଫ୍ୟୁ କରାଯାଇଛି ।

Get real time updates directly on you device, subscribe now.