fbpx

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା କିଟର ଅପବ୍ୟବହାର: ପୋଡ଼ିଦେଲେ ଶହ ଶହ କରୋନା କିଟ୍ (ଭିଡିଓ)

ପୋଡ଼ିଦେଲେ ଶହ ଶହ କରୋନା କିଟ୍। ସରକାର କା ମାଲ ଦରିଆମେ ଡାଲ ନୀତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ମେଡ଼ିକାଲ ପରିସରରେ। ଅଭିଯୋଗ ଅନୁସାରେ ଗତକାଲି ସନ୍ଧ୍ୟା ସମୟରେ ମେଡ଼ିକାଲ ପରିସରରେ ଶତାଧିକ କରୋନା ଟେଷ୍ଟ କିଟ୍ ପୋଡା ଯାଉଥିବା ଖବର ମିଳିଥିଲା । ଏହା ବ୍ୟବହାର କରାଯାଇଛି କି ନାହିଁ ତାହାର ପ୍ରମାଣ ଏ ପର୍ଯ୍ୟନ୍ତ ମିଳିନଥିବା ବେଳେ ଆଜି ଖବର ପାଇ ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ଏହାର ତଦନ୍ତ ଆରମ୍ଭ ହୋଇଛି ଏବଂ ଯଦି କୌଣସି ବେନିଅମ୍ କାର୍ଯ୍ୟ କେହି କରିଥାଏ, ତେବେ ନିଶ୍ଚିତ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆପଣମାନେ ଏତେ ସଂଖ୍ୟାରେ ଆସନ୍ତୁନାହିଁ ଏଭଳି ସମୟରେ ସହଯୋଗ କରନ୍ତୁ ବୋଲି କହିଛନ୍ତି ଏଡ଼ିଏମଓ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.