fbpx

ହଟିଲା ଆଶଙ୍କା: କରୋନାର ତୃତୀୟ ଲହରରେ ଛୋଟ ପିଲା ହେବେ ନାହିଁ ଆକ୍ରାନ୍ତ, ଆସିଲା ଏମ୍ସ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ଭାରତବର୍ଷରେ କରୋନାର ତୃତୀୟ ଲହର ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଏହି ଅସମୟରେ ଏମ୍ସ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ରିପୋର୍ଟକୁ ନେଇ କିଛିଟା ଆଶ୍ୱସ୍ତ୍ୟ ମିଳିଛି । ସମ୍ଭାବ୍ୟ ତୃତୀୟ ଲହରରେ ଛୋଟ ପିଲାମାନେ ସଂକ୍ରମିତ ହେବେ ନାହିଁ ବୋଲି ଏହି ଅଧ୍ୟୟନରୁ ଜଣାପଡ଼ିଛି ।

ପ୍ରଥମ ଲହରରେ ବୟସ୍କ ଲୋକମାନେ ଅଧିକ ସଂକ୍ରମିତ ହୋଇଥିବା ବେଳେ ଦ୍ୱିତୀୟ ଲହରରେ କମ୍ ବୟସ୍କ ବେଶି ପ୍ରଭାବିତ ହୋଇଥିଲେ । ସେହିପରି ତୃତୀୟ ଲହରରେ କିଶୋରମାନେ ବେଶି ସଂକ୍ରମିତ ହେବେ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଥିଲେ । ଏହି କାରଣରୁ ଅଭିଭାବକମାନେ ଅଧିକ ମାତ୍ରାରେ ଚିନ୍ତାଗ୍ରସ୍ତ ହୋଇପଡ଼ିବା ସହ ସରକାର ମଧ୍ୟ ଛୋଟ ପିଲାଙ୍କ ପାଇଁ ଅଧିକ କୋଭିଡ୍ ଶଯ୍ୟା ପ୍ରସ୍ତୁତ କରୁଛନ୍ତି । ପ୍ରଥମ ଓ ଦ୍ୱିତୀୟ ଲହର ଛୋଟ ପିଲାଙ୍କୁ ସ୍ପର୍ଶ କରିଥିଲେ ମଧ୍ୟ ସେଭଳି କ୍ଷତି କରିପାରିନାହିଁ । ଏନେଇ ୫ଟି ରାଜ୍ୟର ୧୦ ହଜାର ଲୋକଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା । ସର୍ଭେରୁ ଜଣାପଡ଼ିଛି ଯେ, ସାର୍ସ-କୋଭ-୨ରେ ପିଲାଙ୍କ ଠାରେ ସେରୋପ୍ରିଭାଲେନ୍ସ ଅଧିକ ଥିଲା, ଯାହାକି ବୟସ୍କଙ୍କ ସହ ତୁଳନୀୟ । ସେରୋଭିତ୍ତିକ ଏହି ସର୍ଭେରେ ଜଣାପଡ଼ିଛି ଯେ, ପିଲାଙ୍କ ଠାରେ ମଧ୍ୟ ଆଣ୍ଟିବଡି ରହିଛି । ଏହି ଅଧ୍ୟୟନର ନେତୃତ୍ୱ ନେଇଥିବା ଦିଲ୍ଲୀ ଏମ୍ସର କମ୍ୟୁନିଟି ମେଡିସିନ୍ ପ୍ରଫେସର କହିଛନ୍ତି ଯେ, ଦକ୍ଷିଣ ଦିଲ୍ଲୀର ପୁନର୍ବସତି କଲୋନୀଗୁଡ଼ିକରେ ଲୋକଙ୍କର ସେରୋଭିତ୍ତିକ ପଜିଟିଭିଟି ହାର ଅଧିକ ରହିଛି । ଦ୍ୱିତୀୟ ଲହରରେ ଏହି ଅଞ୍ଚଳରେ ୧୮ ବର୍ଷରୁ କମ୍ ପିଲାଙ୍କଠାରେ ୭୩.୯ ପ୍ରତିଶତ ସୋରୋପ୍ରିଭାଲେନ୍ସ ଦେଖିବାକୁ ମିଳିଥିଲା, ୧୮ ବର୍ଷରୁ ଅଧିକଙ୍କ ଠାରେ ୭୪.୮ ପ୍ରତିଶତ ଥିଲା । ଏହି ସେରୋପ୍ରିଭାଲେନ୍ସର ସ୍ତର ତୃତୀୟ ଲହରରେ ସୁରକ୍ଷା କବଚ ସାଜିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.