fbpx

ଡାଏବେଟିସକୁ ଜନ୍ମ ଦେଇପାରେ କରୋନା! ଶରୀରର ଉପରେ ପକାଇବ ଅନେକ ପ୍ରଭାବ

ନୂଆଦିଲ୍ଲୀ: କରୋନା ଡାଏବେଟିସକୁ ଜନ୍ମ ଦେଇପାରେ । ଡାଏବେଟିସ ଆପଣଙ୍କର ନଥିଲେ ବି କରୋନା ହେବା ପରେ ଏହା ସୃଷ୍ଟି ହୋଇପାରେ । ବରିଷ୍ଠ ଡାଏବେଟୋଲୋଜିଷ୍ଟ ଡାକ୍ତର ଆଲୋକ କାନୁନ୍‌ଗୋ କହିଛନ୍ତି ଯେ କରୋନା ଭୂତାଣୁ ଡାଏବେଟିସ ସୃଷ୍ଟି କରୁଛି । କରୋନା ଭୂତାଣୁ ଶରୀରର ଅଗ୍ନାଶୟ ବା ପାଚନକ୍ରିୟାଜ ଉପରେ ପ୍ରଭାବ ପକାଉଛ । ଆଉ କରୋନାରେ ଗୁରୁତର ହୋଇପଡୁଥିବା ରୋଗୀଙ୍କୁ ଚିକିତ୍ସା ପାଇଁ ଷ୍ଟେରଏଡ଼ ଦିଆଯାଉଛ । ଅଗ୍ନାଶୟ ଖରାପ ହେବା ଓ ଷ୍ଟେରଏଡ଼ ଦିଆଯାଉଥିବାରୁ ଡାଏବେଟିସ ସେମାନଙ୍କର ଦେଖାଦେଉଛି । ବଡ କଥା ଯେ ଡାଏବେଟିସ ହେବା ପରେ ଏହା ରହିଯାଉଛି  ।

ସେହିପରି ଡାଏବେଟିସ ରୋଗୀ ଏହି ସମୟରେ ନିଜ ସ୍ୱାସ୍ଥ୍ୟ ଓ ଖାଦ୍ୟପେୟ ପ୍ରତି ସ୍ୱତନ୍ତ୍ର ଗୁରୁତ୍ୱ ଦେବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି  । ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ସହ ପ୍ରତିଦିନ ଶାରୀରିକ ପରିଶ୍ରମ କରିବା ଉଚିତ ବୋଲି ଡାଏବେଟୋଲୋଜିଷ୍ଟ କହିଛନ୍ତି । ସାଧାରଣ ସ୍ୱାସ୍ଥ୍ୟ କିଭଳି ଭଲ ରହିବ ସେହି କଥା ପ୍ରତି ଦୃଷ୍ଟି ଦେବେ  । ଯେଉଁମାନେ କରୋନାକୁ ସାମ୍ନା କରିଛନ୍ତି ସେମାନେ ପ୍ରଚର ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଉଚିତ  ।

Get real time updates directly on you device, subscribe now.