fbpx

ରାଜ୍ୟର ଆଉ ଜଣେ ବିଧାୟକଙ୍କୁ କରୋନା, ଜାଣନ୍ତୁ କିଏ

ଭୁବନେଶ୍ୱ.୨୮ ।୯(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି । ବିଧାୟକଙ୍କଠାରୁ ଆରମ୍ଭ କରି ମନ୍ତ୍ରୀମାନେ ମଧ୍ୟ ଧିରେ ଧିରେ ଏହାର କବଜାକୁ ଆସିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ କରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ଖୋଦ୍ ବିଧାୟକ ଉମାକାନ୍ତ ସାମନ୍ତରାୟ ଟ୍ୱିଟ କରି ସୂଚନା ଦେଇଛନ୍ତିି । ଏହା ସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଇସୋଲେସନରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ତେବେ ଗତକାଲି ବିଧାନସଭା ପରିସରରେ କରୋନା ଟେଷ୍ଟ କରାଇଥିଲେ ବିଧାୟକ ଉମାକାନ୍ତ ସାମନ୍ତରାୟ ।

Get real time updates directly on you device, subscribe now.