fbpx

ବିଶ୍ୱରେ ୩୦ ଲକ୍ଷ ଟପିଲା କରୋନା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ, ୧୭।୪ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ ଧୀରେ ଧୀରେ ବଢ଼ିବାରେ ଲାଗିଛି ।ଏହାରି ମଧ୍ୟରେ ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୦ ଲକ୍ଷ ୧୧ ହଜାର ୪୭୮ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ କୋଟି ୫ ଲକ୍ଷ ୩ ହଜାର ୧୦୫କୁ ବୃଦ୍ଧି ପାଇଛି । ମୋଟ ୧୧ କୋଟି ୯୩ ଲକ୍ଷ ୨୪ ହଜାର ୭୭୦ଜଣ ସୁସ୍ଥ ହୋଇଛନ୍ତି । ବିଶ୍ୱର ୨୧୯ ଦେଶରେ କାୟା ବିସ୍ତାର କରିବାରେ ଲାଗିଛି କରୋନା । ତେବେ ବିଶ୍ୱରେ କରୋନା ପ୍ରକୋପ ଯୋଗୁଁ ସାଧାରଣ ଜୀବନ ଯାତ୍ରା ପୁଣି ଥରେ ଅସ୍ତବ୍ୟସ୍ତ ହୋଇପଡିଛି ।

Get real time updates directly on you device, subscribe now.