fbpx

କିଛି ସପ୍ତାହରେ ଭାରତରେ ଦିଆଯିବ କୋରୋନା ଟିକା :କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୮ ।୧୨: ଆଉ କିଛି ସପ୍ତାହ ମଧ୍ୟ ରେ ଭାରତରେ ଦିଆଯିବ କରୋନା ଟୀକା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏହି  ସୂଚନା  ଦିଆଯାଇଛି ।ଦେଶରେ ୬ଟି କୋରୋନା ଟିକା ପରୀକ୍ଷାମୂଳକ ସ୍ଥିତିରେ ଅଛି । ୫ଟି ଟିକା କ୍ଷେତ୍ରରେ ଜଣକୁ ୨ଟି ଲେଖାଏଁ ଡୋଜ୍‌ ନେବାକୁ ହେବ। ଅନ୍ୟ ଗୋଟିଏ ଟିକା କ୍ଷେତ୍ରରେ ଜଣକୁ ୩ଟି ଡୋଜ୍‌ ନେବାକୁ ହେବ । ପ୍ରତି ଡୋଜ୍‌ ମଧ୍ୟରେ ବ୍ୟବଧାନ ୩ରୁ ୪ ସପ୍ତାହ ରଖିବାକୁ ହେବ । ଟିକା ନେଲେ ବି କୋରୋନା ସତର୍କତାମୂଳକ ପଦକ୍ଷେପ ନେବାକୁ ହେବ । ଜାତୀୟ ସଂସ୍ଥାର ଅନୂମତି ପରେ ହିଁ ଟିକାର ବ୍ୟାପକ ଉତ୍ପାଦନ ହେବ ।

Get real time updates directly on you device, subscribe now.