fbpx

ଦେଶରେ ପୁଣି ଆରମ୍ଭ ହେଲାଣି କାରନା ପ୍ରକୋପ: ଚିହ୍ନଟ ହେଲା ୯ ପ୍ରକାରର ନୂଆ ଭାରିଆଣ୍ଟ

ନୂଆଦିଲ୍ଲୀ: କରୋନା ଭାଇରସରେ ଦେଖାଯାଇଛି ନୂଆ ପରିବର୍ତ୍ତନ। ନୂଆଦିଲ୍ଲୀସ୍ଥିତ ଆଇଜିଆଇବିର ଜଣେ ବରିଷ୍ଠ ବୈଜ୍ଞାନିକଙ୍କ ମତ ଅନୁସାରେ ଦୀର୍ଘ ମାସ ପରେ କରୋନା ଭାଇରସରେ ପରିବର୍ତ୍ତନ ଦେଖାଯାଇଛି। କରୋନା ଭାଇରସ ଭାରିଆଣ୍ଟର ଓମିକ୍ରୋନ ପରେ ଏହା ସବୁଠାରୁ ବଡ଼ ପରିବର୍ତ୍ତନ। ତେବେ ଭାରତରେ କରୋନାର ନୂଆ ଭାରିଆଣ୍ଟ ବିଏ.୨.୭୫ ଚିହ୍ନଟ ହୋଇଛି। କିନ୍ତୁ ଏହା ସହିତ ବୈଜ୍ଞାନିକମାନେ ଅନ୍ୟ ଏକ ଭାରିଆଣ୍ଟକୁ ନେଇ ଚିନ୍ତିତ ଥିବା ଜଣା ପଡ଼ିଛି।

ନୂଆ ବାହାରିଥିବା ଏହି ଭାରିଆଣ୍ଟରେ ଭାଇରସର ସ୍ପାଇକ ପ୍ରୋଟିନର ସଂରଚନାରେ ୯ ପ୍ରକାରର ପରିବର୍ତ୍ତନ ହୋଇଥିବା ଜଣା ପଡ଼ିଛି। ଏହି ଭାରିଆଣ୍ଟ ଡେଲଟା ପରି ମଣିଷ ଶରୀରର ଇମ୍ୟୁନିଟିକୁ କମ କରିଥାଏ। ବିଏ.୨.୭୫ ଭାରିଆଣ୍ଟ କିଛି ଦିନ ପୂର୍ବରୁ ବାହାରିଥିବା ବେଳେ ବର୍ତ୍ତମାନ ବାହାରିଥିବା ନୂଆ ଭାରିଆଣ୍ଟ ବିଏ.୪ ଏବଂ ବିଏ.୫ ଭାରିଆଣ୍ଟ ଇମ୍ୟୁନିଟିକୁ କମ କରୁଥିବା ଜଣା ପଡ଼ିଛି। ମହାରାଷ୍ଟ୍ର, କର୍ଣ୍ଣାଟକ, ଦିଲ୍ଲୀ, ରାଜସ୍ଥାନ, ଜମ୍ମୁ-କଶ୍ମୀର ସହିତ କିଛି ରାଜ୍ୟରେ ଏହି ଭାରିଆଣ୍ଟ ଦେଖିବାକୁ ମିଳିଛି।

ଦେଶରେ କରୋନାର ଗତି ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ଗୋଟିଏ ଦିନରେ ୧୬,୧୩୫ ଟି ନୂଆ କରୋନା ଜୀବାଣୁ ସଂକ୍ରମଣ ରିପୋର୍ଟ ହେବା ପରେ ଦେଶରେ ସଂକ୍ରମିତ ସଂଖ୍ୟା ୪,୩୫,୧୮,୫୬୪ କୁ ବୃଦ୍ଧି ପାଇଲା। ଏହି ସମୟରେ, ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୧୩,୮୬୪ କୁ ବୃଦ୍ଧି ପାଇଲା। ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ପୂର୍ବ ଦିନରେ କରୋନା ସଂକ୍ରମଣ ହେତୁ ୨୪ ରୋଗୀଙ୍କ ମୃତ୍ୟୁ ଘଟିଛି।

Get real time updates directly on you device, subscribe now.