fbpx

ପବନରେ ବ୍ୟାପୁଛି କରୋନା: ବୈଜ୍ଞାନିକଙ୍କୁ ମିଳିଲା ପ୍ରମାଣ

ନୂଆଦିଲ୍ଲୀ, ୧୭ା୪(ଓଡିଶା ଭାସ୍କର) : କରୋନାର ଦ୍ୱିତୀୟ ଲହର ପୁରା ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି । ଖାଲି ଭାରତରେ ନୁହେଁ ବିଶ୍ୱ ସମସ୍ତ ଦେଶରେ କରୋନାର ନୁତନ ଷ୍ଟ୍ରେନ୍ ଭୟଙ୍କର ଭାବରେ ବ୍ୟାପିବାରେ ଲାଗିଛି । ଏହାର ପ୍ରଭାବ ଏତେ ମାତ୍ରାରେ ରହିଛି ଯେ ଲକଡାଉନ୍ କୁ ଛାଡିଦେଲେ ଆଉ କୌଣସି ବିକଳ୍ପ ନାହିଁ । ତେବେ ବିଭିନ୍ନ ସ୍ଥାନରେ ଭାଇରସ୍ କୁ ନେଇ ଅନେକ ଗବେଷଣା ଜାରି ରହିଛି । ଏହା ଭିତରେ ମେଡିକାଲ୍ ଜର୍ନଲ ଲାନସେଣ୍ଟରେ ପ୍ରକାଶିତ ଏକ ଅଧ୍ୟୟନରେ ଖୁଲାସା କରାଯାଇଛି ଯେ, ବର୍ତ୍ତମାନ ବ୍ୟାପୁଥିବା କରୋନାର ନୁତନ ଷ୍ଟ୍ରେନ୍ ପବନରେ ମଧ୍ୟ ସଂକ୍ରମିତ କରିପାରେ । ରିସର୍ଚ୍ଚ ଅନୁସାରେ କୋଭିଡ୍-୧୯ରେ ଦେଖାଯାଇଥିବା Sars-coV02 ଭାଇରସ୍ ପବନରେ ବ୍ୟାପିବା ପାଇଁ ସକ୍ଷମ ।

Sars-coV02 ଭାଇରସ୍ କୌଣସି ବ୍ୟକ୍ତିଙ୍କ ସହ କଥା ହେବା ବେଳେ ବୁନ୍ଦା ଜରିଆରେ ପବନରେ ବ୍ୟାପେ । ଆଉ ଏହା ବାୟୁରେ ୩ଘଣ୍ଟା ପର୍ଯ୍ୟନ୍ତ ସକ୍ରିୟ ରହେ । ବ୍ରିଟେନ୍, ଆମେରିକା, କାନାଡାରେ ରିସର୍ଚ୍ଚ କରୁଥିବା ବୈଜ୍ଞାନିକ ମାନେ ମିଳିତ ଭାବରେ ଏହାର ପ୍ରମାଣ ସ୍ୱରୁପ ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି ଏବଂ ସେଥିରେ ଏହି ଭାଇରସ୍ ବ୍ୟାପିବାର ଅନେକ କାରଣ ଦେଖାଇଛନ୍ତି । ସେମାନେ ଏହା ମଧ୍ୟ କହିଛନ୍ତି ଯେ, ଯଦି ସଂକ୍ରମିତଙ୍କୁ ଯଦି ଆଇସୋଲେଟ୍ ନ କରାଯାଏ ତେବେ ଦ୍ରୁତ ମାତ୍ରାରେ ଏହି ଭାଇରସ୍ ବ୍ୟାପିବ । ଏଥିସହିତ ସଂକ୍ରମିତ ବ୍ୟକ୍ତି ଯଦି କାହା ସହ କଥା ହୁଏ, ଗୀତ ଗାଏ କିମ୍ବା ଜୋରରେ ପାଟି କରେ ତେବେ ଏହା ଅନ୍ୟ ଲୋକଙ୍କୁ ବ୍ୟାପିପାରେ । ଆଉ ବର୍ତ୍ତମାନ ଯେଉଁ ଆକ୍ରାନ୍ତ ମାନେ ଚିହ୍ନଟ ହେଉଛନ୍ତି ସେମାନେ ଏହିପରି ଭାବରେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଚିହ୍ନଟ ହେଉଛନ୍ତି ।

ଏହାପୁର୍ବରୁ ଗବେଷଣା କରାଯାଇଥିଲା ଯେ, କରୋନା ମହାମାରୀ କାଶିଲେ ଅବା ଛିଙ୍କିଲେ ବ୍ୟାପେ ହେଲେ ବର୍ତ୍ତମାନର ବିଶ୍ଲେଷଣ ଅନୁଯାୟୀ ଏହା ଏବେ କଥା ହେଲେ ପବନରେ ମଧ୍ୟ ବ୍ୟାପିବରେ ସମ୍ଭାବନା ରହିଛି । ତେଣୁ ବୈଜ୍ଞାନିକ ମାନେ ଲୋକଙ୍କୁ ସଚେତନ ରହିବାକୁ ଅପିଲ୍ କରିଛନ୍ତି ।

Get real time updates directly on you device, subscribe now.