fbpx

ପୁରୁଷଙ୍କ ଯୌନ ହରମୋନ୍ ହ୍ରାସ କରୁଛି କରୋନା ଭାଇରସ୍, ଜାଣନ୍ତୁ ଏନେଇ କ’ଣ କହୁଛି ଅଧ୍ୟୟନ

ଦେଶରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଜାରି ରହିଛି । ପ୍ରାୟ ରାଜ୍ୟରେ କଟକଣା ଲାଗୁ ହେବା ପରେ ଏବେ ସଂକ୍ରମଣରେ ସୁଧାର ଆସିଥିବା ଦେଖାଯାଇଛି । ଆଗକୁ ତୃତୀୟ ଲହର ଆସିବା ନେଇ ସରକାର ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି । ତେବେ ଏହା ମଧ୍ୟରେ ବରିଷ୍ଠ ଡାକ୍ତର, ବୈଜ୍ଞାନିକମାନେ କରୋନାକୁ ନେଇ ଭିନ୍ନ ଭିନ୍ନ ମତ ଦେଇଥିଲେ । ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣା ପଡ଼ିଛି ଯେ, କରୋନା ପୁରୁଷମାନଙ୍କୁ ନପୁଂସକ କରିଦେଉଛି । ଆସନ୍ତୁ ଜାଣିବା ଏହା ବିଷୟରେ ।

ରିପୋର୍ଟରୁ ଜଣାପଡ଼ିଛି ଯେ, ବିଶ୍ୱରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ପୁରୁଷ । କରୋନା ଭାଇରସ୍ ପୁରୁଷଙ୍କ ଶରୀରରେ ଥିବା ଯୌନ ହରମୋନ୍ ଟେଷ୍ଟୋଷ୍ଟିରନ୍ ଉପରେ ଆକ୍ରମଣ କରୁଛି । ଫଳରେ ପୁରୁଷଙ୍କର ଯୌନ କ୍ଷମତା ହ୍ରାସ ଘଟୁଛି । କରୋନାରେ ସଂକ୍ରମିତ ହେବା ପରେ ପୁରୁଷମାନେ ଅତ୍ୟଧିକ ଦୁର୍ବଳ ହୋଇପଡ଼ୁଛନ୍ତି, ପରବର୍ତ୍ତୀ ସମୟରେ ସେମାନଙ୍କର ମୃତ୍ୟୁ ଘଟୁଛି । କରୋନାର କୁପ୍ରଭାବରେ ପୁରୁଷ ରୋଗୀଙ୍କର ଟେଷ୍ଟୋଷ୍ଟିରନ୍ ଦୁର୍ବଳ ହୋଇଯାଉଥିବା ଦେଖାଯାଉଛି । ପୁରୁଷଙ୍କ ଶରୀରରେ ଏହି ହରମୋନ୍ ଏତେ ମାତ୍ରାରେ ହ୍ରାସ ପାଇଯାଇଥାଏ ଯେ, ତାହା ଭାଇରସ୍ ବିରୋଧରେ ଲଢ଼ିବାକୁ ସମର୍ଥ ହୁଏ ନାହିଁ । ଫଳରେ ପୁରୁଷ ରୋଗୀଙ୍କୁ ଆଇସିୟୁରେ ରଖିବା ବ୍ୟତୀତ ଅନ୍ୟ ବାଟ ନଥାଏ । ଟେଷ୍ଟାଷ୍ଟିରନ୍ ହେଉଛି ପୁରୁଷଙ୍କ ଶରୀରର ମୁଖ୍ୟ ଯୌନ ହରମୋନ୍ ଯାହା ସେକ୍ସ ଡ୍ରାଇଭକୁ ବଢ଼ାଇଥାଏ । ଶରୀରେ ଏହି ହରମୋନ କମିଗଲେ, ଥକ୍କାପଣ, କେଶ ଝଡ଼ିବା, ଚିଡ଼ଚିଡ଼ା ସ୍ୱଭାବ, ମାଂସପେଶୀ ହ୍ରାସ, ସେକ୍ସ ଇଚ୍ଛା କମିଯିବା ଆଦି ଲକ୍ଷଣ ଦେଖାଦେଇଥାଏ । ରିପୋର୍ଟରେ କୁହାଯାଇଛି ଯେ, ୪୦ ବର୍ଷ ପରେ ପୁରୁଷଙ୍କର ହରମୋନର ସ୍ତର ୦.୮ ପ୍ରତିଶତରୁ ୨ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥାଏ । ଏହି କାରଣରୁ କରୋନା ପଜିଟିଭ୍ ହୋଇଥିବା ବୃଦ୍ଧମାନେ ଆରୋଗ୍ୟ ଲାଭ କରିବାରେ ବିଳମ୍ବ ହୋଇଥାଏ ବା ମୃତ୍ୟୁବରଣ କରିଥାନ୍ତି ।

Get real time updates directly on you device, subscribe now.