fbpx

ପ୍ରଧାନମନ୍ତ୍ରୀଙ୍କ କୋଭିଡ ସ୍ଥିତି ସମୀକ୍ଷା, ଜାଣନ୍ତୁ କ’ଣ କହିଲେ?

ନୂଆଦିଲ୍ଲୀ,୨୪ ।୧୧: ଦେଶ ଓ ରାଜ୍ୟର କୋଭିଡ ସ୍ଥିତି ଆଜି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସମୀକ୍ଷା ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ‘କରୋନାର ଚତୁର୍ଥ ପର୍ଯ୍ୟାୟରେ ଏବେ ଆମେ ପହଞ୍ଚି ସାରିଛେ । ଭାଇରସ୍ ଦୁର୍ବଳ ହୋଇଗଲା ବୋଲି ଭାବନ୍ତୁ ନାହିଁ । ଗଭୀର ସମୁଦ୍ରର ବିପଦରୁ ବାହାରି ଆମେ କୂଳରେ ଲାଗିଛୁ । ଏବେ ଆମକୁ ଅଧିକ ସତର୍କ ରହିବାକୁ ପଡିବ । ଅଧିକ ଟେଷ୍ଟ କରାଯିବ ଓ ସଂକ୍ରମଣ ରୋକିବାକୁ ପ୍ରାଥମିକତା ଦିଆଯିବ । ପଜିଟିଭ ହାରକୁ ୫% ଓ ମୃତ୍ୟୁ ହାରକୁ ୧% ତଳକୁ ଆଣିବାକୁ ପଡିବ । ଟିକାକରଣ ନେଇ ସରକାର ସମସ୍ତଙ୍କ ସହ ସମ୍ପର୍କରେ ଅଛନ୍ତି । କିନ୍ତୁ ଭ୍ୟାକ୍ସିନର ମୂଲ୍ୟ ଓ ଡୋଜ କେତେ ହେବ ଜଣାନାହିଁ । ଭ୍ୟାକ୍ସିନ ସମସ୍ତଙ୍କ ନିକଟରେ ପହଞ୍ଚାଇବାକୁ ଆମେ ଲକ୍ଷ୍ୟ ରଖିଛୁ । ଭ୍ୟାକ୍ସିନ ପାଇଁ ରାଜ୍ୟସ୍ତରୀୟ ଷ୍ଟିଅରିଂ କମିଟି ଗଠନ ଦରକାର । ବ୍ଲକସ୍ତରୀୟ ଟାସ୍କଫୋର୍ସ ଗଠନ କରାଯିବା ଦରକାର ।’

Get real time updates directly on you device, subscribe now.