fbpx

Coronavirus Source : ବାଦୁଡି ନୁହେଁ, ଏହି ପ୍ରାଣୀ ଠାରୁ ବ୍ୟାପିଥିଲା କରୋନା! ଚୀନ୍ ବୈଜ୍ଞାନିକଙ୍କ ବଡ ଦାବି, ତଥ୍ୟ ପ୍ରକାଶ

ନୂଆଦିଲ୍ଲୀ : କରୋନା ଭାଇରସ୍ କାରଣରୁ ସାରା ବିଶ୍ୱରେ ମୃତ୍ୟୁର ତାଣ୍ଡବ ଦେଖିବାକୁ ମିଳିଛି । କେଉଁ ଦେଶ ଏବଂ କେଉଁ ପ୍ରାଣୀ ଠାରୁ କରୋନା ଭୂତାଣୁ ବିସ୍ତାର ହୋଇଛି ସେନେଇ ବିତର୍କ ଜାରି ରହିଛି। ଏହା ପୂର୍ବରୁ ବାଦୁଡି କାରଣରୁ କରୋନା ଭୂତାଣୁ ବିସ୍ତାର ହୋଇଥିବାର କୁହାଯାଉଥିଲା। କିନ୍ତୁ ବର୍ତ୍ତମାନ ଚାଇନାର ବୈଜ୍ଞାନିକମାନେ କରୋନା ଭୂତାଣୁର ଉତ୍ସ ଭାବରେ ଏକ ଆଶ୍ଚର‌୍ୟ୍ୟଜନକ ତଥ୍ୟ ପ୍ରଘଟ କରିଛନ୍ତି।

ଦୀର୍ଘ ଦିନ ଧରି କରୋନା ମହାମାରୀ କିପରି ଉତ୍ପନ୍ନ ହେଲା ତାହାକୁ ନେଇ ଆନେକ ଗବେଷକମାନେ ପ୍ରଶ୍ନ କରିଥିଲେ । ମାତ୍ର ୩ ବର୍ଷ ପରେ ଚୀନ୍ ଏକ ନୂତନ ଦାବି ନେଇ ଆଗକୁ ଆସିଛି। ଚୀନ୍ ଦାବି କରିଛି ଯେ କରୋନା ଭାଇରସ୍ ବାଦୁଡିମାନଙ୍କ ଠାରୁ ନୁହେଁ, ରାକୁନ୍ ଡଗ୍ ଦ୍ୱାରା ବ୍ୟାପିଥାଏ ।
ଚାଇନାର ୱୁହାନର ଏକ ସାମୁଦ୍ରିକ ଖାଦ୍ୟ ବଜାରରେ ବେଆଇନ ଭାବେ ରାକୁନ୍ ଡଗ୍ ବିକ୍ରି ହେଉଥିବା ଜଣାପଡିଛି। ଚୀନ ତଥ୍ୟ ଲୁଚାଇବା, ବିଳମ୍ବରେ ପ୍ରକାଶ କରିବା ଏବଂ ସମ୍ପୂର୍ଣ୍ଣ ସାର୍ବଜନୀନ ନ କରିବା ଆଦି WHO ଅଭିଯୋଗ କରିଛି।

WHO ଅନୁଯାୟୀ ଚୀନ୍ର ସିଡିସି ନିକଟରେ ଏହି ତଥ୍ୟ ଅପଲୋଡ୍ କରିଛି। ଚାଇନାରୁ ମିଳିଥିବା ତଥ୍ୟକୁ ବିଶ୍ଳେଷଣ କରାଯାଉଛି। ଶୀଘ୍ର ଏକ ସିଦ୍ଧାନ୍ତରେ ପହଞ୍ଚିବାକୁ ସମର୍ଥ ହେବେ । ତେବେ ଏକ ରିପୋର୍ଟ ଅନୁଯାୟୀ, ବହୁ ପରିମାଣର ଜେନେଟିକ୍ ରାକୁନ୍ ଡଗ୍ ସହିତ ମ୍ୟାଚ୍ ହେଉଛି । ସେମାନେ କରୋନା ଭାଇରସ୍ ବିସ୍ତାର କରିବାରେ ସକ୍ଷମ ବୋଲି ଅନୁମାନ କରାଯାଉଛି ।

ବର୍ତ୍ତମାନ ସମୟରେ ଏହା କୁହାଯାଇପାରିବ ନାହିଁ ଯେ କରୋନା ସଂକ୍ରମଣ ବାଦୁଡି ବା ରାକୁନ୍ ଡଗ୍ ଠାରୁ ଆସିଛି କିମ୍ବା ଲ୍ୟାବରୁ ଲିକ୍ ହୋଇଛି। ହୁ ଅନୁଯାୟୀ ଚାଇନା ପ୍ରକାଶ କରିଥିବା ତଥ୍ୟ ଅପେକ୍ଷା ଅଧିକ ତଥ୍ୟ ଲୁଚାଇଛି । ଯେଉଁ କାରଣରୁ ସଠିକ୍ ବିଶ୍ଳେଷଣ କରିବା କଷ୍ଟକର ହେଉଛି ।
WHO ପକ୍ଷରୁ କୁହାଯାଇଛି ଯେ, ଏହି ତଥ୍ୟ ୩ ବର୍ଷ ପୂର୍ବରୁ ମଧ୍ୟ ପ୍ରକାଶ କରାଯାଇପାରିଥାନ୍ତା । ଆମେ ଚୀନ୍ ଠାରୁ ଉତ୍ତମ ସମନ୍ୱୟ ଆଶା କରୁଛୁ । ତଥାପି ତଥ୍ୟ ସୀମିତ ନୁହେଁ । ସମ୍ପର୍ଣ୍ଣ ତଥ୍ୟ ବହୁତ ଶୀଘ୍ର ଚୀନ୍ ପ୍ରଘଟ କରିବ ବୋଲି ଆଶା କରୁଛୁ ।

Get real time updates directly on you device, subscribe now.