ପ୍ରପୋଜ… ବିବାହ…, ଧର୍ମ ପରିବର୍ତ୍ତର ପ୍ରସ୍ତାବ ଦେଲା ସହକର୍ମୀ

ପୀଡ଼ିତା କରିଛନ୍ତି; କମ୍ପାନୀର କେତେକ ବରିଷ୍ଠ ଅଧିକାରୀ ଓ ମାନବ ସମ୍ବଳ (ଏଚ୍‌ଆର) ବିଭାଗର ସଦସ୍ୟମାନେ ଚାକିରି ଛାଡ଼ିବାକୁ ବାଧ୍ୟ କରାଇଥିଲେ। ହେଲେ ସେ ରାଜି ହୋଇନଥିଲେ

ମୁମ୍ବାଇ: ପୁଣେର ଆଇଟି ହବ ପରି ଘଟଣା ନାସିକ ହିଞ୍ଜୱାଡ଼ିରେ ଘଟିଛି। ଯାହା କର୍ପୋରେଟ ଜଗତରେ ନୂଆ ବିତର୍କ ସୃଷ୍ଟି କରିଛି। ନାସିକରେ ସାମ୍ନାକୁ ଆସିଥିବା କଥିତ କର୍ପୋରେଟ ଜିହାଦର ଅଭିଯୋଗ। ଜଣେ ମହିଳା କର୍ମଚାରୀ ନିଜ କମ୍ପାନୀର ଜଣେ ସହକର୍ମୀଙ୍କ ବିରୋଧରେ ଗୁରୁତର ଅଭିଯୋଗ କଣିଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

ନାସିକ ହିଞ୍ଜୱାଡ଼ିରେ ଏକ ଆଇଟି କମ୍ପାନୀରେ କାମ କରୁଥିଲେ ଜଣେ ଯୁବତୀ। ତାଙ୍କ ସହିତ କାମ କରୁଥିବା ଜଣେ ମୁସଲିମ୍ ଯୁବକ ଲଗାତାର ସମ୍ପର୍କ ବଢ଼ାଇବାକୁ ଚେଷ୍ଟା କରୁଥିଲେ। ସେ ତାଙ୍କୁ ପ୍ରେମ କରିବା ପାଇଁ ଚାପ ପକାଉଥିଲେ। ଇସଲାମ ଧର୍ମ ଗ୍ରହଣ କରିବାକୁ ବାରମ୍ବାର କହୁଥିଲେ। ଏପରିକି ବିବାହ ପ୍ରସ୍ତାବ ଦେଇଥିଲେ। ବାହାଘର ପରେ ବିଦେଶରେ ଘର କରି ରହିବା ଓ ଧର୍ମ ପରିବର୍ତ୍ତନ କରିବା ବୋଲି ଯୁବତୀଙ୍କୁ ପ୍ରଲୋଭନ ଦେଉଥିଲେ।

ହେଲେ ଯୁବକଙ୍କ କୌଣସି ପ୍ରସ୍ତାବକୁ ଯୁବତୀ ଜଣକ ଗ୍ରହଣ କରିନଥିଲେ। ତାଙ୍କର ସବୁ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏଥିସହ କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ନିକଟରେ ଏନେଇ ଅଭିଯୋଗ କରିଥିଲେ। ତାଙ୍କର ଆଶା ଥିଲା କମ୍ପାନୀ ତାଙ୍କ ଅଭିଯୋଗ ଉପରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବ। ହେଲେ ଯୁବତୀଙ୍କ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ବରଂ ତାଙ୍କ ଅସୁବିଧା ଆହୁରି ବଢ଼ି ଯାଇଥିଲା। ତାଙ୍କ ଉପରେ ଆରମ୍ଭ ହୋଇଥିଲା ମାନସିକ ନିର୍ଯାତନା।

ପୀଡ଼ିତା କରିଛନ୍ତି; କମ୍ପାନୀର କେତେକ ବରିଷ୍ଠ ଅଧିକାରୀ ଓ ମାନବ ସମ୍ବଳ (ଏଚ୍‌ଆର) ବିଭାଗର ସଦସ୍ୟମାନେ ଚାକିରି ଛାଡ଼ିବାକୁ ବାଧ୍ୟ କରାଇଥିଲେ। ହେଲେ ସେ ରାଜି ହୋଇନଥିଲେ। ଏହା ପରେ ଯୋଜନାବଦ୍ଧ ଭାବେ ତାଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଦିନେ ହଠାତ୍ ତାଙ୍କ ଲ୍ୟାପଟପର ପାସୱାର୍ଡ ବଦଳାଇ ଦିଆଯାଇଥିଲା। ତାଙ୍କୁ ଏହାର କୌଣସି ସୂଚନା ଦିଆଯାଇ ନଥିଲା। ଏହା ପରେ ତାଙ୍କ ଅଫିସ ସିଷ୍ଟମରେ ପ୍ରବେଶ କରିବା ଉପରେ ପ୍ରତିବନ୍ଧକ ଲଗାଗଲା। ତାଙ୍କ ଅଜାଣତରେ ଓ ବିନା ସହମତିରେ ଇସ୍ତଫା ମଧ୍ୟ ଦାଖଲ ଦିଆଯାଇଛି। କମ୍ପାନୀର ଏପରି କାର୍ଯ୍ୟ ବିରୋଧରେ ଯୁବତୀ ଜଣକ ଆଇନଗତ ରାସ୍ତା ଆପଣାଇବାକୁ ନିଷ୍ପତ୍ତି ନେଇଥିଲେ।

ଓକିଲଙ୍କ ମାଧ୍ୟମରେ କମ୍ପାନୀକୁ ନୋଟିସ ପଠାଯାଇଥିଲେ। ନୋଟିସରେ ସେ ଲେଖିଥିଲେ, ଜବରଦସ୍ତ କରାଯାଇଥିବା ଇସ୍ତଫାକୁ ରଦ୍ଦ କରାଯାଉ ଓ ତାଙ୍କୁ ପୁଣି ଥରେ ଚାକିରି ଦିଆଯାଉ। ଆଇନଗତ ନୋଟିସରେ ଏହା ମଧ୍ୟ କୁହାଯାଇଛି ଯେ ଚାକିରିରୁ ଦୂରରେ ରହିବା ଅବଧିରେ ସମ୍ପୂର୍ଣ୍ଣ ଦରମା ଦିଆଯାଉ। ଏହା ବ୍ୟତୀତ ମାନସିକ ନିର୍ଯାତନା ଓ କଥିତ ପ୍ରତାଡ଼ନା ପାଇଁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି ଯୁବତୀ। କମ୍ପାନୀରୁ ଲିଖିତ ଭାବେ କ୍ଷମା ମାଗିବାର ଦାବି ମଧ୍ୟ ରଖାଯାଇଛି।

ପୀଡ଼ିତା ଏନେଇ ହିଞ୍ଜୱାଡ଼ି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ହିଞ୍ଜୱାଡ଼ି ପୋଲିସ ଷ୍ଟେସନର ବରିଷ୍ଠ ପୋଲିସ ଇନ୍ସପେକ୍ଟର ବାଲାଜୀ ପନ୍ଧାରେ କହିଛନ୍ତି, ଏହା ତଦନ୍ତ କରାଯାଉଛି। ଅଭିଯୁକ୍ତ ମହିଳା ସୁପରଭାଇଜରଙ୍କୁ ପଚରାଉଚରା ଓ ବୟାନ ରେକର୍ଡ କରିବା ପାଇଁ ନୋଟିସ ଜାରି କରାଯାଇଛି।