ଟ୍ରମ୍ପଙ୍କ ମାୟା ଜାଲରେ ଫସିଗଲେ ମୋଦି, ଆମେରିକାରୁ ତେଲ କିଣି ଏବେ କାନ୍ଦୁଛି ଭାରତ, ଚୀନ ଦଉଛି ଭଲ ରିହାତି

ଟ୍ରମ୍ପଙ୍କ ମାୟା ଜାଲରେ ଫସିଗଲେ ମୋଦି, ଆମେରିକାରୁ ତେଲ କିଣି ଏବେ କାନ୍ଦୁଛି ଭାରତ

Indian Buying Oil: ବିଶ୍ୱ ତେଲ ବଜାରରେ ଆମେରିକା, ରୁଷ, ଇରାନ ଓ ଚୀନ୍ ମଧ୍ୟରେ ଚାଲୁଥିବା ତେଲ କିଣାବିକାର ରାଜନୀତି ଏବେ ଭାରତ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଶିକ୍ଷା ହେଉଛି। ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଭାରତ ମହଙ୍ଗା ଆମେରିକୀୟ କ୍ରୁଡ୍ କିଣୁଥିବା ବେଳେ ଚୀନ୍, ରୁଷ ଓ ଇରାନରୁ ଡିସ୍କାଉଣ୍ଟ ଦରରେ ତେଲ ନେଇ ନିଜ ଏନର୍ଜି ସୁରକ୍ଷାକୁ ଶକ୍ତିଶାଳୀ କରୁଛି।

ବିଶେଷଜ୍ଞ କହିଛନ୍ତି ଯେ, ଆମେରିକା ପକ୍ଷରୁ ଭାରତ ଉପରେ ରୁଷ ତେଲ କମ କିଣିବା ପାଇଁ ଚାପ ପକାଯାଉଛି। ପୂର୍ବରୁ ମଧ୍ୟ ଏପରି ଚାପ ଫଳରେ ଭାରତ ଇରାନରୁ ତେଲ କିଣା କମ କରିଥିଲା। ସେତେବେଳେ ଇରାନ ଶସ୍ତା ଦରରେ ତେଲ ଦେଉଥିଲେ, କିନ୍ତୁ ପରେ ଆମେରିକା ଭାରତର ମୁଖ୍ୟ ସପ୍ଲାୟର ହେଇଯାଇଥିଲା।

ଏହି ପରିସ୍ଥିତିରେ ଭାରତ ‘ଇମ୍ପୋର୍ଟ ଡାଇଭର୍ସିଫିକେସନ୍’ ନାମରେ ଆମେରିକୀୟ ତେଲ କିଣା ବଢ଼ାଉଛି, ଯାହା ଶିପିଂ ଖର୍ଚ୍ଚ ସହ ମିଶି ମଧ୍ୟ ପୂର୍ବର ତେଲ ଠାରୁ ଅଧିକ ମହଙ୍ଗା ପଡ଼ୁଛି। ଏହା ଆର୍ଥିକ ତୁଳନାରେ ଅଧିକ ରାଜନୈତିକ ନିଷ୍ପତ୍ତି ବୋଲି ମତ ଆସୁଛି।

ଏହାର ସବୁଠାରୁ ବଡ଼ ପ୍ରଭାବ ହେଲା, ଭାରତ ରୁଷ ଓ ଇରାନରୁ କମ୍ ତେଲ କିଣୁଥିବା ବେଳେ ଚୀନ୍ ଏହି ଶସ୍ତା ତେଲର ବଡ଼ ଲାଭ ଉଠାଉଛି। ଡିସ୍କାଉଣ୍ଟ ଦରରେ ମିଳୁଥିବା ଏହି ତେଲ ଚୀନର ଏନର୍ଜି ସୁରକ୍ଷାକୁ ଆହୁରି ମଜବୁତ କରୁଛି, ଯେଉଁଠାରେ ଭାରତକୁ ଅଧିକ ଦର ଦେବାକୁ ପଡ଼ୁଛି।

ବର୍ତ୍ତମାନ ଭାରତ ବିଶ୍ୱର ତୃତୀୟ ସବୁଠାରୁ ବଡ଼ ତେଲ ଆମଦାନୀକାରୀ ଦେଶ। ତଥାପି ରୁଷ ତେଲର ଭାଗ କମିବା ଓ ଆମେରିକୀୟ ତେଲ ବଢ଼ିବାରୁ ଆର୍ଥିକ ଚାପ ବଢ଼ୁଛି। ଏହି ସମୟରେ ଚୀନ୍ ରେକର୍ଡ ପରିମାଣରେ ଶସ୍ତା ତେଲ କିଣୁଛି, ଯାହା ତାଙ୍କ ଅର୍ଥନୀତିକୁ ଆହୁରି ଶକ୍ତିଶାଳୀ କରୁଛି।

ସମ୍ପୂର୍ଣ୍ଣ ପରିସ୍ଥିତି ଭାରତ ପାଇଁ ଚିନ୍ତାଜନକ। ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଭାରତକୁ ନିଜ ଏନର୍ଜି ନୀତିକୁ ରାଜନୈତିକ ଚାପରୁ ଅଲଗା ରଖିବା ଆବଶ୍ୟକ, ନହେଲେ ଚୀନ୍ ଭଳି ପ୍ରତିଦ୍ୱନ୍ଦୀ ଦେଶ ଏହାର ଲାଭ ଉଠାଇବାକୁ ଜାରି ରଖିବେ।