fbpx

ଗର୍ଭଧାରଣ ସମୟରେ ବାରମ୍ବାର କାଶ ଆସୁଛି କି? ଏହି ୬ଟି ପ୍ରାକୃତିକ ଉପାୟ ଦେବ ଆରମ

ଗର୍ଭପାତ ପ୍ରତ୍ୟେକ ମହିଳାଙ୍କ ପାଇଁ ଏକ ଗୁରୁତର ସମୟ ଅଟେ । ଏହି ସମୟରେ ଥଣ୍ଡା କିମ୍ବା କାଶ ହୋଇଗଲେ ନା ସେମାନେ ଶୋଇପାରନ୍ତି ନା ସେମାନେ ବସିପାରନ୍ତି । ତାଙ୍କୁ ସେହି ସମୟରେ ଅନେକ କଷ୍ଟ ହୋଇଥାଏ । ଅଧିକ କାଶିବା ଦ୍ୱାରା ମଧ୍ୟ ପେଟରେ ଥିବା ଛୁଆ ଉପରେ ପ୍ରଭାବ ପଡିଥାଏ । କାଶ ଏବଂ ଥଣ୍ଡାରୁ ମୁକ୍ତି ପାଇବା ପାଇଁ ବଜାରରେ ବହୁତ ପ୍ରକାରର ଔଷଧ ମିଳୁଛି ହେଲେ ଏହାକୁ ଖାଇବା ପୂର୍ବରୁ ମନରେ ବହୁ ପ୍ରକାରର ପ୍ରଶ୍ନ ଆସେ ଯେ, ଏହା ପିଲା ଉପରେ ଠିକ୍ ପ୍ରଭାବ ପକାଇବ ନା ନାହିଁ । ତେଣୁ ଏହି ଗର୍ଭବତୀ ମହିଳାଙ୍କ କାଶ ଏବଂ ଥଣ୍ଡା ପାଇଁ ବହୁ ପ୍ରକାରର ଘରୋଇ ଉପାୟ ରହିଛି । ତେବେ ଆସନ୍ତୁ ଜାଣିବା ସେହି ୬ଟି ଉପାୟ କଣ..

-ଗଳାରେ କଫ ଜମିଗଲେ ଷ୍ଟିମ ନେବା ଦ୍ୱାରା ଅନେକ ଆରାମ ମିଳିଥାଏ । ଏହା କରିବା ଦ୍ୱାରା କଫ ତରଳିଯାଏ ଏବଂ ତଳକୁ ଚାଲିଯାଏ କିମ୍ବା ଏହା କାଶ ମାଧ୍ୟମରେ ବାହାରିଯାଏ । ବାଷ୍ପ ନେବାବେଳେ ଏଥିରେ ଇଉକ୍ଲିପଟସ୍ ତେଲ ମିଶାଇଲେ ଅଧିକ ଆରାମ ମିଳିଥାଏ ।

-ଲୁଣ ପାଣିରେ ଆଣ୍ଟି-ମାଇକ୍ରୋବାୟଲ୍ ଗୁଣ ରହିଛି, ଯାହା ପ୍ରଦାହକୁ ହ୍ରାସ କରିଥାଏ ଏବଂ ଗଳା ଯନ୍ତ୍ରଣାକୁ ଶାନ୍ତ କରିଥାଏ। ଉଷୁମ ପାଣିରେ ଗାର୍ଗଲ୍ କରିବା ଦ୍ୱାରା ଗଳାରୁ ଶ୍ୱାସ କଟେ ଏବଂ କାଶ କମିଯାଏ।

-ଅଦାରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି, ଯାହା କାଶକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ।  ମହୁ ସହିତ ଅଦା ଚା ପିଇବା ଦ୍ୱାରା ଗଳା ଯନ୍ତ୍ରଣା ଏବଂ କାଶରେ ଆରାମ ମିଳିଥାଏ।

-ଚିକେନ୍ ସୁପ୍ ରେ ମଧ୍ୟ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ଥାଏ, ଯାହା ଗଳାରେ ଫୁଲା କମାଇଥାଏ, ଯାହାଦ୍ୱାରା କାଶ କମିଯାଏ ।

-ମହୁରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି, ଯେଉଁ କାରଣରୁ କାଶ ପ୍ରାକୃତିକ ଭାବରେ କମିଯାଏ । ଏକ ଚାମଚ ମହୁକୁ ଉଷୁମ ପାଣି କିମ୍ବା ଚା’ରେ ମିଶାଇ ପିଇବା ଦ୍ୱାରା ଗଳା ଯନ୍ତ୍ରଣା ଏବଂ କାଶ କମିଯାଏ ।

-ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବାରେ ଭିଟାମିନ୍-ସି ଉପଯୋଗୀ । ଏହା କାଶ ସୃଷ୍ଟି କରୁଥିବା ସଂକ୍ରମଣ ବିରୁଦ୍ଧରେ ଲଢ଼ିଥାଏ । ଭିଟାମିନ୍-ସିରେ ଭରପୂର ଖାଦ୍ୟ ଖାଇବା କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରି ଗର୍ଭାବସ୍ଥାରେ ହେଉଥିବା କାଶକୁ ଏଡାଯାଇପାରିବ।

Get real time updates directly on you device, subscribe now.