ଏଠାରେ SEX ବିନା ମିଳେ ନାହିଁ ଚାକିରି ! ନିନ୍ଦା ଏବଂ ଅପବାଦ ଯୋଗୁଁ ମୁହଁ ଚୁପ ରଖନ୍ତି ପିଡୀତା
ଘାନାରେ “ସେକ୍ସ ଫର ଜବ”କୁ ନେଇ ଏକ ବଡ ବିବାଦ ଦେଖାଦେଇଛି । ଏଠାରେ ରାଷ୍ଟ୍ରପତି ଚାକିରି ବଦଳରେ ମହିଳା ଆଶାୟୀଙ୍କୁ ଯୌନ ସଂପର୍କ ରଖିବା ଦାବୀକୁ ବେଆଇନ ଘୋଷଣା କରିଛନ୍ତି ।
ନୂଆ ଦିଲ୍ଲୀ : ଘାନାର ରାଷ୍ଟ୍ରପତି ଜନ ମାହାମା “ସେକ୍ସ ଫର ଜବ” ଅର୍ଥାତ ଚାକିରି ବଦଳରେ ଯୌନ ସଂପର୍କ ରଖିବା ପ୍ରଥାକୁ ଅପରାଧ ବୋଲି ଘୋଷଣା କରିବା ପାଇଁ ଦାବୀ କରିଛନ୍ତି । ଏହା ଘାନାର ମହିଳା ବିରୋଧୀ ଯୌନ ଶୋଷଣ ଉପରେ ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ ବୋଲି ବିଶ୍ୱାସ କରାଯାଉଛି । ଏହି ଦାବୀ କୋଫୋରେଡୁଆରେ ଆୟୋଜିତ ହୋଇଥିବା ଏକ ଟାଉନ ହଲ କାର୍ଯ୍ୟକ୍ରମ ସମୟରେ ସାମନାକୁ ଆସିଥିଲା । ଏହାକୁ ନେଇ ରାଷ୍ଟ୍ରପତି ମାହାମା କହିଛନ୍ତି ଯେ, ବର୍ତ୍ତମାନ ର ଆଇନ ଏହି ସମସ୍ୟା ବିରୋଧରେ ଲଢେଇ କରିବା ପାଇଁ ପର୍ଯ୍ୟାପ୍ତ ନୁହେଁ ।
ସେ କହିଛନ୍ତି ଯେ, ଅନେକ ଥର ନିଯୁକ୍ତି ପ୍ରଦାନ କାରୀ ଅଧିକାରୀ କିମ୍ବା ନିଯୁକ୍ତିଦାତାମାନେ ମହିଳା ଆଶାୟୀ ମାନଙ୍କୁ ଚାକିରି ବଦଳରେ ରୋମାଣ୍ଟିକ ସଂପର୍କ ରଖିବାକୁ ଦାବୀ କରିଥାନ୍ତି, ଯାହା ସଂପୂର୍ଣ୍ଣ ଅଗ୍ରହଣୀୟ ଅଟେ । ରାଷ୍ଟ୍ରପତି ସିଧା ସିଧା କହିଛନ୍ତି ଏଭଳି ନିୟମ ପାଇଁ କଠୋର ଆଇନ ଲାଗୁ କରିବାର ଆବଶ୍ୟକତା ରହିଛି । ଘାନାରେ ବହୁ ପୂର୍ବରୁ ଯୌନ ଉତ୍ପୀଡନ ଏବଂ ଘରୋଇ ହିଂସା ବିରୋଧରେ ଆଇନ ମହଜୁଦ ଅଛି କିନ୍ତୁ ଆକ୍ଟିଭିଷ୍ଟଙ୍କ କହିବା ଅନୁଯାୟୀ ଏହି ନିୟମ ଚାକିରି ପୂର୍ବରୁ ଯୌନ ଶୋଷଣକୁ ରୋକିବା ପାଇଁ ସେତେଟା ପ୍ରଭାବୀ ନୁହେଁ ।
ବିଶେଷଜ୍ଞଙ୍କ ଅନୁସାରେ, ଘାନାରେ ଅନେକ ଯୁବକ ବେରୋଜଗାର, ସୀମିତ ସରକାରୀ ଚାକିରି ଏବଂ ଭର୍ତ୍ତି ପ୍ରକ୍ରିୟାରେ ପାରଦର୍ଶିତା କମ କାରଣରୁ ଏହି ସମସ୍ୟା ଉପୁଜୁଛି । ଏହି ପରିସ୍ଥିତିରେ ଶକ୍ତିଶାଳୀ ଲୋକମାନେ ଚାକିରି ଆଶାୟୀ ଥିବା ମହିଳାମାନଙ୍କ ଉପରେ ଚାପ ପକାଉଥାନ୍ତି । ପୂର୍ବତ୍ତନ ଆଇନ ପରାମର୍ଶଦାତା ଏହାକୁ ସମର୍ଥନ କରି କହିଛନ୍ତି ଯେ, “ସେକ୍ସ ଫର ଜବ” ଭ୍ରଷ୍ଟାଚାର ଏବଂ ନିଜ ଶକ୍ତିର ଦୂରୁପଯୋଗ ଅଟେ, ଯାହାକୁ କୌଣସି ସଭ୍ୟ ସମାଜରେ ଗ୍ରହଣ କରାଯାଇ ପାରିବ ନାହିଁ । ସାମାଜିକ ସଂଗଠନଙ୍କ କହିବା ଅନୁସାରେ ବଦନାମୀ ପାଇଁ ପିଡୀତା ଏହାକୁ ଲୋକଲୋଚନକୁ ଆଣିବା ପାଇଁ ଡରୁଛନ୍ତି । ଏହି ଭଳି ଘଟଣାରେ ବହୁତ ଅଳ୍ପ ମାମଲା ଦେଖିବାକୁ ମିଳୁଛି ଏବଂ ଦୋଷୀଙ୍କର ଆଇନ ପ୍ରତି ଡର ରହୁ ନାହିଁ ।

