fbpx

ନିର୍ବାଚନ ଜିତିବା ପରେ ଗୁଳି ଫୁଟାଇ ସେଲିବ୍ରେସନ୍ କଲେ କାଉନସିଲର୍: ଦେଖନ୍ତୁ ଭାଇରାଲ ଭିଡିଓ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆଜି ପୌର ପରିଷଦ ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ଜଣେ ବିଜେଡି କାଉନସିଲର ବନ୍ଧୁକ ଚଳେଇଛନ୍ତି। ପୂର୍ବତନ ପୌର ପରିଷଦ ଅଧ୍ୟକ୍ଷ ତଥା ନବ ନିର୍ବାଚିତ ବିଜେଡି କାଉନସିଲର କଇଁରୁ ସ୍ୱାଇଁ ବିଜୟୀ ହେବା ପରେ ସମର୍ଥକ ମାନଙ୍କ ସହିତ ବିଜୟ ଶୋଭାଯାତ୍ରାରେ ବାହାରିଥିଲେ।ତେବେ ସମର୍ଥକଙ୍କ ଜୟଗାନ ଭିତରେ ସେ ନିଜେ ବନ୍ଧୁକ ଧରି ଆକାଶକୁ ବ୍ଲାଙ୍କ ଫାୟାର କରିଛନ୍ତି।ତାଙ୍କ ବାସଭବନରୁ ସମର୍ଥକଙ୍କ ଗହଣରେ ନିଜ ସାହି ପରିକ୍ରମା ପାଇଁ ବାହାରିଥିଲେ।

ଖୁବ କଡା ମୁକାବିଲାରେ ବିଜୟୀ ଘୋଷଣା ହେବା ପରେ ତାଙ୍କ ଘରେ ଓ ସମର୍ଥକଙ୍କ ଭିତରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା।ତେବେ ନିଜେ ବରିଷ୍ଠ ବିଜେଡି ସଭ୍ୟ ତଥା ନବ ନିର୍ବାଚିତ କାଉନସିଲର କଇଁରୁ ସ୍ୱାଇଁ ବେଶ ଉତ୍ସାହିତ ହୋଇ ବନ୍ଧୁକ ଫୁଟାଇଥିଲେ।ବିପକ୍ଷ ଦଳୀୟ ଲୋକେ କଇଁରୁଙ୍କ ଏପରି ଆଚରଣ ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପାଖରେ ଆଇନଗତ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ଅଭିଯୋଗ କରିଥିବା ଜଣାପଡ଼ିଛି।

Get real time updates directly on you device, subscribe now.