ମହିଳାଙ୍କ ପାଇଁ ସବୁଠାରୁ ସୁରକ୍ଷିତ ଦେଶ; ମହିଳାଙ୍କୁ ଅସଦାଚରଣ କରୁଥିବା ଲୋକକୁ ଦିଆଯାଏ କଡ଼ା ଦଣ୍ଡ…

କେଉଁ ଦେଶ ନାଁ ପ୍ରଥମେ ରହିଛି ଜାଣନ୍ତୁ...

ଓଡିଶା ଭାସ୍କର: ମହିଳାଙ୍କ ସୁରକ୍ଷା ପାଇଁ ଏହି ଦେଶଗୁଡିକରେ ରହିଛି କଡା ନିୟମ। ସବୁଠାରୁ ସୁରକ୍ଷିତ ସ୍ଥାନ ଭାବରେ ରେକର୍ଡ କରିଛି ଏହି ଦେଶ। ଆସନ୍ତୁ ଜାଣିବା ଏହାର ନାମ…

ଡେନମାର୍କ ଏହି ତାଲିକାର ଶୀର୍ଷରେ ରହିଛି, ଏବଂ ଏହା ଫଛରେ ଅନେକ କାରଣ ରହିଛି। ଏଠାରେ ମହିଳାଙ୍କ ସୁରକ୍ଷା ପ୍ରଦାନ କରିବା ପାଇଁ କେବଳ ହେଲପଲାଇନ ନମ୍ବର ଜାରି କରି ପୋଲିସକୁ ମୁତୟନ କରାଯାଏ ତାହା ନୁହେଁ କିମ୍ବା ସବୁଆଡେ କ୍ଯାମେରା ଲଗାଯାଏ ତାହା ନୁହେଁ, ଏହା ପଛରେ ଆହୁରୀ ଅନେକ କାରଣ ରହିଛି ସେସବୁ କଣ ଆସନ୍ତୁ ଜାଣିବା।

ରାଜନୀତିଠାରୁ ଶିକ୍ଷା ଏବଂ କର୍ପୋରେଟ୍ ନିଷ୍ପତ୍ତି ପର୍ଯ୍ୟନ୍ତ, ଏଠାରେ ମହିଳା ନେତୃତ୍ୱକୁ ସାଧାରଣ ବୋଲି ବିବେଚନା କରାଯାଏ, ବିଶେଷ ନୁହେଁ। ଲିଙ୍ଗଭିତ୍ତିକ ଅପରାଧର ଅତ୍ୟନ୍ତ କମ୍ ସଂଖ୍ୟା ଏଠାରେ ହୋଇଥାଏ ଏହା, ପ୍ରମାଣ କରେ ଯେ ଏଠାରେ ଆଇନ କେବଳ ଲିଖିତ ନୁହେଁ, ବରଂ କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ ମଧ୍ୟ ହୁଏ।

ଦ୍ୱିତୀୟ ସ୍ଥାନରେ ରହିଛି ଆଇସଲ୍ୟାଣ୍ଡ ଯାହାକି ମହିଳାଙ୍କ ପାଇଁ ବିଶ୍ୱର ସବୁଠାରୁ ସୁରକ୍ଷିତ ଦେଶ ମଧ୍ୟରୁ ଗୋଟିଏ। ଏହାର ସମାଜ ମହିଳାଙ୍କ ଆର୍ଥିକ ସ୍ୱାଧୀନତା ଉପରେ ମୁଖ୍ଯତଃ ଅଧିକ ପ୍ରାଧାନ୍ଯ ଦେଇଥାଏ, ଏଠାରେ ପ୍ରତ୍ଯେକ ମହିଳା ରୋଜଗାର କ୍ଷମ ହୋଇଥିବାର ଦେଖିବାକୁ ମିଳେ।

ଏଠାରେ ମଧ୍ୟ ଅଧିକ ସଂଖ୍ଯକ ମହିଳା ଅତ୍ଯନ୍ତ ଦାୟିତ୍ବପୂର୍ଣ୍ଣ ପଦବୀରେ ରହିଛନ୍ତି। ଏହାଛଡା ମହିଳାଙ୍କୁ ସୁରକ୍ଷା ଦେବା ପାଇଁ କଡା ନିୟମ ସବୁ ପ୍ରଣୟନ କରାଯାଇଛି।

ନରୱେ ଏବଂ ସ୍ୱିଡେନ ତୃତୀୟ ସ୍ଥାନରେ ମିଳିତ ଭାବରେ ଅଛନ୍ତି। ଉଭୟ ଦେଶରେ ସମାନ ଅଧିକାର ପ୍ରତି ସାମାଜିକ ସଚେତନତା ଏତେ ଗଭୀର ଯେ ମହିଳା ସୁରକ୍ଷା କ୍ୱଚିତ୍ ଏକ ରାଜନୈତିକ ପ୍ରସଙ୍ଗ ହୋଇଥାଏ।

ରାଜନୀତି, ନ୍ୟାୟପାଳିକା ଏବଂ ପ୍ରଶାସନରେ ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ପ୍ରତିନିଧିତ୍ୱ ଏହି ଦେଶଗୁଡ଼ିକର ପ୍ରତିଷ୍ଠାକୁ ଆହୁରି ମଜବୁତ କରେ। ନ୍ୟାୟ ବ୍ୟବସ୍ଥା ଦ୍ରୁତ, ଏବଂ ସୁରକ୍ଷା ବ୍ୟବସ୍ଥା ଏତେ ସୁଦୃଢ଼ ​​ଯେ ଅପରାଧୀମାନେ ଜାଣିଛନ୍ତି ଯେ ଖସିଯିବା ପ୍ରାୟତଃ ଅସମ୍ଭବ। ଏଣୁ ମହିଳାଙ୍କର