fbpx

ବିହାରରେ ମିଳିଲା ଦେଶର ସବୁଠୁ ବଡ ସୁନା ଭଣ୍ଡାର, ଗରିବ ରାଜ୍ୟରେ ଜାଗି ଉଠିଲା ଆଶାର କିରଣ

ପାଟନା : ବିହାରରେ ମିଳିଲା ଦେଶର ସବୁଠୁ ବଡ ସୁନା ଭଣ୍ଡାର । ରାଜ୍ୟର ଜମୁଇ ଜିଲ୍ଲାର ସୋନୋ ତହସିଲର କରମାଟିଆ ଅଞ୍ଚଳରେ ଏହି ଭଣ୍ଡାର ଠାବ କରାଯାଇଛି । କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଖୋଦ୍ ବୁଧବାର ସଂସଦରେ ଏହାର ସୂଚନା ଦେଇଛନ୍ତି । ପ୍ରହ୍ଲାଦ ଯୋଶୀ ଖୁଲାସା କରିଛନ୍ତି, ଜମୁଇରେ ଦେଶର ସବୁଠୁ ବଡ ସୁନା ଭଣ୍ଡାର ମିଳିଛି । ଏକାକୀ ୪୪ ପ୍ରତିଶତ ସୁନା ଜମୁଇ ଜିଲ୍ଲାର ସୋନୋ ଅଞ୍ଚଳରୁ ହିଁ ମିଳିଛି । ମନ୍ତ୍ରୀଙ୍କ ଏହି ଘୋଷଣା ପରେ ଗରିବ ରାଜ୍ୟ ମଧ୍ୟରୁ ଅନ୍ୟତମ ବିହାରରେ ନୂତନ ଆଶାର କିରଣ ଜାଗି ଉଠିଛି । ସ୍ଥାନୀୟ ଲୋକଙ୍କ ମନରେ ଶୀଘ୍ର ସୁନା ଖନନ ପାଇଁ ଆଶା ଜାଗ୍ରତ ହୋଇଛି ।

ସାଂସଦ ସଞ୍ଜୟ ଜୟସୱାଲ ପ୍ରଶ୍ନ ପଚାରିବାରୁ ମିଳିଲା ସୂଚନା

ବିହାରର ବିଜେପି ସଭାପତି ତଥା ବେତିଆ ସାଂସଦ ସଞ୍ଜୟ ଜୟସୱାଲ ବୁଧବାର କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ବିହାରରେ ସୁନା ଭଣ୍ଡାରକୁ ନେଇ ପ୍ରଶ୍ନ କରିଥିଲେ । ଉତ୍ତରରେ ପ୍ରହ୍ଲାଦ ଯୋଶୀ ଉପରୋକ୍ତ ଉତ୍ତର ରଖିଛନ୍ତି । ସେ କହିଛନ୍ତି, ଦେଶରେ ମୋଟ୍ ୫୦୧.୮୩ ଟନ୍ ପ୍ରାଥମିକ ସୁନା ଭଣ୍ଡାର ଖଣି ରହିଛି । ଏଥିରେ ୬୫୪.୭୪ ଟନ ସୁନାର ଧାତୁ ରହିଛି । କେବଳ ୪୪ ପ୍ରତିଶତ ସୁନା ତ ବିହାରରୁ ମିଳିଛି । ରାଜ୍ୟର ଜମୁଇ ଜିଲ୍ଲାର ସୋନୋ ଅଞ୍ଚଳରେ ୩୭.୬ ଟନ୍ ଖଣି ସହିତ ୨୨୨.୮୮୫ ମିଲିୟନ ଟନ୍ ସୁନାର ଧାତୁ ଭଣ୍ଡାର ମିଳିଛି ।

ଜମୁଇର ସୋନୋ ବ୍ୟତୀତ ଅନ୍ୟ ଅଞ୍ଚଳରେ ମଧ୍ୟ ଅନେକ ପ୍ରକାରର ଖଣିର ସନ୍ଧାନ ମିଳିଛି । ଏଥିରେ ଅନେକ ମୂଲ୍ୟବାନ ପଥର ସାମିଲ୍ । କୁହାଯାଏ ଯେ, ୧୫ ବର୍ଷ ପୂର୍ବେ ଜିଓଲୋଜିକଲ ସର୍ଭେ ଅଫ ଇଣ୍ଡିଆର ସର୍ବେକ୍ଷେଣ ପରେ ଖନନ ବ୍ୟବହୁଳ ହେବା କାରଣରୁ ଏଠାରେ ଖନନ କାମ ଆରମ୍ଭ ହୋଇ ପାରିନଥିଲା । ମାତ୍ର ଏବେ ଆଧୁନିକ ଜ୍ଞାନ କୌଶଳରେ ଖନନ ପୂର୍ବାପେକ୍ଷା ଶସ୍ତା ରହିଛି । ଏବେ ଏଠାରୁ ଶୀଘ୍ର ଖନନ ଆରମ୍ଭ ହେବାର ସମ୍ଭାବନା ବଢି ଯାଇଛି ।

 

 

Get real time updates directly on you device, subscribe now.