fbpx

ଡେଲିଭରୀ ପାଇଁ ଡାକ୍ତରଖାନା ଯାଉଥିଲେ ମହିଳା: ହଠାତ୍ କାର୍‌ରେ ଲାଗିଲା ନିଆଁ, ଚାଲିଗଲା ଦମ୍ପତିଙ୍କ ଜୀବନ

ନୂଆଦିଲ୍ଲୀ: କେରଳର କନ୍ନୁର ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ରାସ୍ତାରେ ଯାଉଥିବା ଏକ କାର୍‌ରେ ନିଆଁ ଲାଗିବାରୁ ଦମ୍ପତିଙ୍କର ମୃତ୍ୟୁ ଘଟିଛି। ପୋଲିସ ଦେଇଥିବା ସୂଚନା ମୁତାବକ ଏହି ଘଟଣାରେ ମୃତ୍ୟୁ ବରଣ କରିଥିବା ମହିଳା ଜଣକ ଗର୍ଭବତି ଥିଲେ। ତେବେ ଘଟଣା ଘଟିବା ସମୟରେ କାର୍‌ରେ ୬ ଜଣ ଥିବା ମଧ୍ୟ କୁହାଯାଉଛି। କିନ୍ତୁ କାର୍‌ରୁ ୪ ଜଣ ସୁରକ୍ଷିତ ଭାବେ ବାହାରିଯାଇଥିବା ବେଳେ ସେମାନଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା ଏବଂ ସେମାନେ ବର୍ତ୍ତମାନ ସୁରକ୍ଷିତ ଅଛନ୍ତି।

ପୀଡିତମାନେ ଜିଲ୍ଲାର କୁଟିଆଟୁର ବାସିନ୍ଦା ପ୍ରଜିତ (୩୫) ଏବଂ ତାଙ୍କ ପତ୍ନୀ ରୀଷା (୨୬) ବୋଲି ଜଣାପଡିଛି। କୁହାଯାଉଛି ଯେ ସମସ୍ତ ମହିଳାଙ୍କ ପ୍ରସବ ବେଦନା ହେବାରୁ ସେ ଡାକ୍ତରଖାନା ଯାଉଥିଲେ। ସେହି ସମୟରେ ହଠାତ୍ କାର୍‌ରେ ନିଆଁ ଲାଗି ଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ୨୦୨୦ ମଡେଲ ମାରୁତି ଏସ-ପ୍ରେସୋ ଭିତରେ ସେମାନେ ଫସି ରହିଥିଲେ। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ମୃତ୍ୟୁବରଣ କରିଥିବା ମହିଳା ଗର୍ଭବତୀ ଥିଲେ ଏବଂ ସେମାନେ କାରର କବାଟ ଖୋଲି ଦମ୍ପତିଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ।

ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ‘ସେହି ସମୟରେ ଆମେ ସମ୍ପୂର୍ଣ୍ଣ ଅସହାୟ ହୋଇପଡିଥିଲୁ କାରଣ କାରର ଆଗ ପାର୍ଶ୍ୱ ତୁରନ୍ତ ନିଆଁରେ ପୋଡି ହୋଇଯାଇଥିଲା। କାରଣ କାର୍‌ରେ ଥିବା ତେଲ ଟାଙ୍କି କୌଣସି ମୁହୁର୍ତ୍ତରେ ବସ୍ପୋରଣ ହେବାର ଆଶଙ୍କା ଥିଲା।’ ଟିଭି ଫୁଟେଜରୁ ଜଣାପଡିଛି ଯେ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକ ଜଳୁଥିବା କାର ଆଡକୁ ଦୌଡୁଥିଲେ ଏବଂ ଏଥିରେ ଲାଗିଥିବା ଦମ୍ପତିଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିଲେ। ତେବେ ବିଶେଷଜ୍ଞଙ୍କ ସହାୟତାରେ କାରଟି ସଠିକ୍ ଭାବରେ ଯାଞ୍ଚ କରାଯିବ ଏବଂ ତା’ପରେ ଆମେ ସ୍ପଷ୍ଟ ଚିତ୍ର ପାଇବାରେ ସକ୍ଷମ ହେବା ବୋଲି ପୋଲିସ କହିଛି।

Get real time updates directly on you device, subscribe now.