fbpx

ସାବତ ଝିଅକୁ ବଳାତ୍କାର କରିଥିବା ପିତାକୁ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ: DNA ଟେଷ୍ଟ ସାଜିଲା ମାଧ୍ୟମ

ମୁମ୍ବାଇ: ମୁମ୍ବାଇର ଏକ ସ୍ପେଶାଲ କୋର୍ଟ ଡିଏନଏ ଟେଷ୍ଟ ଉପରେ ଭରସା କରି ୪୧ ବର୍ଷୀୟ ବ୍ୟକ୍ତିଙ୍କୁ ନିଜ ୧୬ ବର୍ଷୀୟା ସାବତ ଝିଅକୁ ବାରମ୍ବାର ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ବ୍ୟକ୍ତି ୨୦୧୯ ଠାରୁ ଲଗାତାର ଭାବରେ ତାଙ୍କ ଝିଅକୁ ବଳାତ୍କାର କରୁଥିଲେ । ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା ଅଧିନିୟମ ସମ୍ବନ୍ଧୀୟ ମାମଲାର ଶୁଣାଣି ପାଇଁ ମନୋନୀତ ହୋଇଥିବା ସ୍ୱତନ୍ତ୍ର ଜଜ୍ ଆନିସ୍ ଖାନ୍ ମଙ୍ଗଳପାର ପାରିତ ହୋଇଥିବା ଏକ ଆଦେଶରେ କହିଛନ୍ତି ଯେ, ଏଭଳି ଅଜବ ପରିସ୍ଥିତିରେ ଡିଏନଏ ଟେଷ୍ଟ ଯାଞ୍ଚ କରିବା ଆବଶ୍ୟକ ।

କୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଯେ, ବୁଧବାର କୋର୍ଟରେ ଉପଲବ୍ଧ ଡିଏନ୍ଏ ରିପୋର୍ଟରେ ଜଣାପଡିଛି କି ଅଭିଯୁକ୍ତ ଜଣକ ହିଁ ପୀଡିତାଙ୍କ ଗର୍ଭସ୍ଥ ଶିଶୁର ପିତା । ଏହା ସହ କୋର୍ଟ କହିଛନ୍ତି ଯେ, ଏହା ବହୁତ ଦୁଃଖର କଥା କି, ଜଣେ ସାବତ ବାପା ନିଜ ଝିଅକୁ ଗର୍ଭବତୀ କରିଛି, ଯାହାର ବୟସ ୧୮ ବର୍ଷରୁ କମ୍ । ଏହା ଏକ ଗମ୍ଭୀର ଓ ଜଘନ୍ୟ ଅପରାଧ । ଓକିଲଙ୍କ କହିବାନୁସାରେ, ଅକ୍ଟୋବର ୨୦୧୯ ରୁ ଅଭିଯୁକ୍ତ ନାବାଳିକାକୁ ବଳାତ୍କାର କରୁିଥିଲା ।

ଜୁନ୍ ୨୦୨୦ ରେ, ପୀଡିତା ତାଙ୍କ ମା’ଙ୍କୁ ଏ ବିଷୟରେ କହିଥିଲେ, ଏହା ପରେ ପୋଲିସ ନିକଟରେ ଅଭିଯୋଗ କରାଯାଇଥିଲା । ଡାକ୍ତରୀ ପରୀକ୍ଷା ସମୟରେ ଜଣାପଡିଥିଲା ଯେ ଝିଅଟି ୧୬ ସପ୍ତାହ ଗର୍ଭବତୀ ଥିଲେ, ଯଦିଓ ପରେ ଗର୍ଭସ୍ଥ ଶିଶୁର ଗର୍ଭପାତ ହୋଇଥିଲା । ମୋକଦ୍ଦମା ଚାଲିଥିବା ବେଳେ ପୀଡିତା ଓ ତାଙ୍କ ମା ନିଜ କଥାରୁ ଓହରି ଯାଇଥିଲେ । କୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ, ପୀଡିତା ଏବଂ ତାଙ୍କ ମା କୋର୍ଟରେ ଦେଇଥିବା ବିବୃତ୍ତିରେ କହିଥିଲେ ଯେ ଅଭିଯୁକ୍ତ ଘରର ଏକମାତ୍ର ରୋଜଗାର କରୁଥିବା ସଦସ୍ୟ । ତେଣୁ ସେମାନେ ତାଙ୍କୁ କ୍ଷମା କରି ଜେଲରୁ ବାହାରକୁ ଆଣିବାକୁ ଚାହୁଁଛୁ ।

ପୀଡିତାଙ୍କ ଉପରେ ମଧ୍ୟ ଚାପ ପକାଯାଇଥିଲା, ଯାହାଫଳରେ ସେ ଏହି ଅପରାଧକୁ ଅସ୍ୱୀକାର କରିଥିବା କୋର୍ଟ କହିଛନ୍ତି । ବିବୃତ୍ତି ଏହା ପ୍ରମାଣ କରେ ଯେ ସେ ତାଙ୍କ ମାଙ୍କ ଦ୍ୱାରା ଭାବପ୍ରବଣ ହୋଇପଡିଥିଲେ ଏବଂ ତେଣୁ ସେ ତାଙ୍କ ବିରୁଦ୍ଧରେ କରାଯାଇଥିବା ଅପରାଧକୁ ଅସ୍ୱୀକାର କରିଥିଲେ ।

Get real time updates directly on you device, subscribe now.