fbpx

ଖୁବ୍‌ଶୀଘ୍ର କୋଭାକ୍ସିନକୁ ମିଳିପାରେ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରି

ନୂଆଦିଲ୍ଲୀ:ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭକ୍ସିନ କରୋନା ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଆଜି ପର୍ଯ୍ୟନ୍ତ ମଞ୍ଜୁରି ଦେଇନାହିଁ । ତେଣୁ ଏହାକୁ ଅନେକ ଦେଶ ବ୍ୟବହାର ମାନ୍ୟତା ଦେଇ ନାହାନ୍ତି । ଏହା ଫଳରେ ବିଦେଶକୁ ଯାଉଥିବା ଭାରତୀୟ ନାଗରିକ ମଧ୍ୟ ଏଥିପାଇଁ ବିଶେଷ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କାରଣ ଏହି ଟିକା ନେଇଥିବା ଭାରତୀୟଙ୍କୁ ଅନ୍ୟ ଦେଶରେ ପ୍ରବେଶ ପାଇଁ ଅନୁମତି ମିଳୁନି ।

ଗତ ଜୁଲାଇ ମାସରେ ଏହି ଟିକାକୁ ମଞ୍ଜୁରି ଦେବା ପାଇଁ ଭାରତୀୟ ବାୟୋଟେକ ପକ୍ଷରୁ ସମସ୍ତ କାଗଜ ପତ୍ର ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ନିକଟରେ ଦାଖଲ କରିଥିଲେ ହେଁ ଆଜି ପର୍ଯ୍ୟନ୍ତ ମଞ୍ଜୁରି ମିଳିନି । ତେବେ ଚଳିତ ମାସ ଶେଷ ଆଡକୁ ମଞ୍ଜୁରି ମିଳିବ ବୋଲି ଆଶା କରା ଯାଉଛି ।

Get real time updates directly on you device, subscribe now.