fbpx

୯୯୦ ଟଙ୍କାରେ ମିଳିବ ଡିଆରଡିଓ ଦ୍ୱାରା ପ୍ରସ୍ତୁତ କୋଭିଡ-୧୯ ଔଷଧ ୨-ଡିଜି

ନୂଆଦିଲ୍ଲୀ:  ଦେଶରେ କରେନା ଭାଇରସ ସହ ଲଢେଇ ପାଇଁ ଟିକାକରଣକୁ ବ୍ୟାପକ କରାଯାଉଛି । ଏବେବି ଅନେକ ରାଜ୍ୟରେ କରୋନା ସ୍ଥିତି ଜଟିଳ ରହିଛି  । କରୋନ ରୋଗୀଙ୍କୁ ସୁସ୍ଥ ହେବା ପାଇଁ ଫାବିଫିରାଭିର, ରେମଡେସିଭିର ଭଳି ଔଷଧ ବ୍ୟବହାର କାରାଯାଉଛି  । ତେବେ ଡିଆରଡିଓ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭିଡ-୧୯ ନିରୋଧକ ଔଷଧକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ଏହାର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି ।

ରେଡି ଲ୍ୟାବରେ ଡିଆରଡିଓ ଦ୍ୱାରା ପ୍ରସ୍ତୁତ ହୋଇଛି ଏହି ୨-ଡିଜି ଔଷଧ । ତେବେ ଏହି ୨-ଡିଜି ଔଷଧର ପ୍ୟାକେଟ ପିଛା ମୂଲ୍ୟ ୯୯୦ ଟଙ୍କା ରଖାଯାଇଛି । ସେହିଭଳି କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ରିହାତି ମୂଲ୍ୟରେ ବିକି ପାରିବେ । ସରକାରୀ ହସ୍ପିଟାଲ ମଧ୍ୟ ଏହାକୁ ରିହାତି ମୂଲ୍ୟରେ ବିକି ପାରିବା ନେଇ ସୂଚନା  ।

Get real time updates directly on you device, subscribe now.