fbpx

COVID-19 in India : ଭାରତରେ ପୁଣି କରୋନା ସଂକ୍ରମଣରେ ବୃଦ୍ଧି, ୧୧୩ ଦିନ ପରେ ୫୦୦ରୁ ଅଧିକ ମାମଲା ଚିହ୍ନଟ

ନୂଆଦିଲ୍ଲୀ : କରୋନା ଭାଇରସ୍ କୁ ନେଇ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଭାରତରେ କରୋନା ଭାଇରସ୍ ଚିହ୍ନଟ କରାଯାଇଛି । ୧୧୩ ଦିନ ପାରେ ପ୍ରାୟ ଶହରୁ ଅଧିକ ରୋଗୀ ଚିହ୍ନଟ କରାଯାଇଛି । ରବିବାର କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ, ଗୋଟିଏ ଦିନରେୂ ୫୨୪ଟି ନୂଆ କରୋନା ଭାଇରସ୍ ମାମଲା ରେକର୍ଡ କରାଯାଇଛି । ସକ୍ରିୟ ମାମଲାରେ ୩,୬୧୮ କୁ ବୃଦ୍ଧି ପାଇଛି।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, କେରଳର କରୋନାରେ ମୃତ୍ୟୁ ସଂଖ୍ୟା ୫,୩୦,୭୮୧ କୁ ବୃଦ୍ଧି ପାଇଛି। ଏହି ସଂଖ୍ୟା ରବିବାର ସକାଳ ୮ ଟାରେ ଅପଡେଟ୍ କରାଯାଇଛି ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟର ନୂତନ ତଥ୍ୟ ଅନୁଯାୟୀ, କୋଭିଡ ରୋଗୀଙ୍କ ସଂଖ୍ୟା ୪.୪୬ କୋଟି (୪,୪୬,୯୦,୪୯୨) ରେକର୍ଡ କରାଯାଇଛି। ଏଥି ସହିତ କୋଭିଡ -୧୯ ରୁ ପୁନରୁଦ୍ଧାର ହାର ୯୮.୮୦ ପ୍ରତିଶତରେ ରେକର୍ଡ କରାଯାଇଛି। ଅର୍ଥାତ୍ ଏମାନେ କରୋନକୁ ହରାଇ ନୂଆ ଜୀବନ ଲାଭ କରିଛନ୍ତି ।

ମନ୍ତ୍ରଣାଳୟ କହିଛି ଯେ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ୪,୪୧,୫୬,୦୯୩ କୁ ବୃଦ୍ଧି ପାଇ ମୃତ୍ୟୁ ହାର ୧.୧୯ ପ୍ରତିଶତକୁ ହ୍ରାସ ପାଇଛି। ମନ୍ତ୍ରଣାଳୟର ୱେବସାଇଟ୍ ଅନୁଯାୟୀ ଦେଶବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ଦେଶରେ ବର୍ତ୍ତମାନ ସୁଦ୍ଧା ୨୨୦.୬୪ କୋଟି ଡୋଜ କୋଭିଡ ଟିକା ଦିଆଯାଇଛି।

Get real time updates directly on you device, subscribe now.