fbpx

WHO ମୁଖ୍ୟଙ୍କ ଚେତାବନୀ: ବିଶ୍ୱରୁ କେବେ ବି Covid-19 ସମାପ୍ତ ହେବ ନାହିଁ, ଜାରି ରହିବ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି

ନୂଆଦିଲ୍ଲୀ: ନିକଟରେ ପୁଣି ଥରେ କରୋନା ଭାଇରସର ପ୍ରତ୍ୟାବର୍ତ୍ତନକୁ ନେଇ ସାରା ବିଶ୍ୱରେ ଆତଙ୍କ ଖେଳି ଯାଇଛି । ଦିନକୁ ଦିନ କରୋନାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ତେବେ ଏହା ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଚେତାବନୀ ଜାରି କରାଯାଇଛି । ବିଶ୍ୱରୁ କୋଭିଡ-୧୯ କେବେ ବି ସମାପ୍ତ ହେବ ନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଜାରି ରହିବ ବୋଲି ହୁ ମୁଖ୍ୟ କହିଛନ୍ତି ।

ହୁ ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ ଘେବ୍ରେୟେସସ ଚେତାବନୀ ଜାରି କରିଛନ୍ତି, କୋଭିଡ-୧୯ ମହାମାରୀ ଦୁନିଆରୁ କେବେ ବି ସମାପ୍ତ ହେବ ନାହିଁ । ଏହା ଏକ ଗ୍ଲୋବାଲ ହେଲଥ ଏମର୍ଜେନ୍ସି ହୋଇ ରହିବ । ଏକ୍ସପର୍ଟଙ୍କ ଅଧ୍ୟୟନ ପରେ ଏହି ଚେତାବନୀ ଜାରି କରାଯାଇଛି । ଆମେମାନେ ଏକ ଟ୍ରାଞ୍ଜିସନ ପଏଣ୍ଟ ଉପରେ ରହିଛେ । ଏଥିରୁ ମୁକୁଳିବା ପାଇଁ ପ୍ରସ୍ତୁତିର ଆବଶ୍ୟକତା ରହିଛି ।

ଏଥିସହିତ ସେ ପୁଣି କହିଛନ୍ତି, ଗତ ଆଠ ସପ୍ତାହରେ କୋଭିଡ-୧୯ କାରଣରୁ ୧.୭୦ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଛି । ରିପୋର୍ଟ ଆଧାରରେ ଏହି ତଥ୍ୟ ମିଳିଥିବା ବେଳେ ପ୍ରକୃତ ସଂଖ୍ୟା ଏହାଠାରୁ ଢେର ଅଧିକ ରହିବ । ମଣିଷ ଓ ପଶୁଙ୍କ ମଧ୍ୟରେ ଏହି କୋଭିଡ ଭାଇରସକୁ ସମାପ୍ତ କରିବା ପ୍ରାୟତଃ ଅସମ୍ଭବ ହୋଇପଡ଼ିବ । ଏହାର ଭୟାନକ ପରିଣାମ ସହିତ ମୃତ୍ୟୁସଂଖ୍ୟାକୁ ହ୍ରାସ କରାଯାଇପାରେ । ଏଥିସହିତ ଲୋକଙ୍କୁ ଏହାର ସଂକ୍ରମଣକୁ ବଞ୍ଚାଯାଇପାରେ । ମାତ୍ର ଏହା ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ହୋଇ ରହିବ ।

 

Get real time updates directly on you device, subscribe now.