fbpx

ବନ୍ଦ ହେବ କୋଭିଡ଼ କେୟାର ସେଣ୍ଟର, ହେଲେ କାହିଁକି ଜାଣନ୍ତୁ

ଭୁବନେଶ୍ୱର, ୧୪ା୯(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ସବୁ ଅଞ୍ଚଳରେ କୋଭିଡ଼ କେୟାର ସେଣ୍ଟର ଖୋଲା ଯାଇଥିଲା । କିନ୍ତୁ ଏବେ ରୋଗୀ ନଥିବା ଅଞ୍ଚଳରେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଓ କୋଭିଡ଼ କେୟାର ସେଣ୍ଟର ବନ୍ଦ ହେବ । ସବୁ ଜିଲ୍ଲାପାଳ ଓ ପୌର କମିସନରମାନଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି । ବନ୍ଦ ହେଉଥିବା କେନ୍ଦ୍ରର କର୍ମଚାରୀ ଅନ୍ୟତ୍ର ସ୍ଥାନାନ୍ତରିତ ହେବେ । ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ ନିରୀକ୍ଷଣ କରି ଏସଆରସିଙ୍କୁ ରିପୋର୍ଟ ଦେବେ ।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୫୫୦୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୮୬୪୨ଜଣ ସୁସ୍ଥ ହୋଇଛନ୍ତି ଓ ୬୩୭ଜଣଙ୍କର ମୃତ୍ୟୁ ହୋଇଛି ।

 

Get real time updates directly on you device, subscribe now.