fbpx

ଭ୍ରୃଣକୁ ଖରାପ କରିପାରେ କରୋନା…ଗର୍ଭବତୀ ମହିଳାଙ୍କୁ ଟେନସନ୍ ଦେବାକୁ ଯାଉଛି ଏହି ଷ୍ଟଡୀ

ନୂଆଦିଲ୍ଲୀ: ଏକ ନୂଆ ଅଧ୍ୟୟନରୁ ଜଣାପଡିଛି ଯେ, କରୋନା ଭାଇରସ୍ ଗର୍ଭବତୀ ମହିଳାଙ୍କ ଭ୍ରୃଣ ଓ ଗର୍ଭାଶୟ ପାଇଁ ଗୁରୁତର ବିପଦ ସୃଷ୍ଟି କରିପାରେ । କରୋନାରେ ଗର୍ଭରେ ବଢ଼ୁଥିବା ଗର୍ଭସ୍ଥ ଶିଶୁର ଅଙ୍ଗ ଏବଂ ମସ୍ତିଷ୍କର ବିକାଶ ମଧ୍ୟ ପ୍ରଭାବିତ ହୋଇପାରେ ।

ମହାମାରୀର ପ୍ରାରମ୍ଭିକ ପର୍ଯ୍ୟାୟରେ ସଂକ୍ରମିତ ହୋଇଥିବା ମହିଳାମାନଙ୍କ ପାଇଁ କରୋନା ଏକ ସତର୍କ ଘଣ୍ଟି । ଅଧ୍ୟୟନରେ କୁହାଯାଇଛି ଯେ, କରୋନାରେ ପୂର୍ବରୁ ସଂକ୍ରମିତ ହୋଇଥିବା ମହିଳାମାନେ ପରେ ଗର୍ଭଧାରଣ କଲେ ଏହି ଅସୁବିଧା ଦେଖିବାକୁ ମିଳିପାରେ । ଏହି ଅଧ୍ୟୟନ ‘ଦି ଲାନସେଟ୍ ରିଜନାଲ ହେଲଥ୍ ୟୁରୋପ’ ପତ୍ରିକାରେ ପ୍ରକାଶିତ ହୋଇଛି ।

ଅଧ୍ୟୟନର ଫଳାଫଳ ଦର୍ଶାଇଛି ଯେ, କରୋନା ସମୟରେ ଏହାର ଅଲଗା ଅଲଗା ଭାରିଆଣ୍ଟ ଗର୍ଭସ୍ଥ ଶିଶୁର ଅନେକ ସ୍ତରରେ କ୍ଷତି ଘଟାଇଛି । ଏହି ପ୍ରକାରର ମାମଲାରେ ଅଧିକ ପ୍ରି-ଓମିକ୍ରନ୍ ଭାରିଆଣ୍ଟ ଦ୍ୱାରା ପ୍ରଭାବିତ ହୋଇଥିଲେ । ଅଧ୍ୟୟନରେ ଏହା କୁହାଯାଇଛି ଯେ, କରୋନା ଯୋଗୁଁ ଗର୍ଭାଶୟର ଉପର ଅଂଶ ପ୍ରଭାବିତ ହୋଇଥାଏ ଏବଂ ଗର୍ଭସ୍ଥ ଶିଶୁର ବିକାଶକୁ କ୍ଷତି ପହଞ୍ଚାଇପାରେ ।

ଏହି ଅଧ୍ୟୟନର ଲେଖକ ଗ୍ରେଗର କାସପ୍ରିଆନ୍ କହିଛନ୍ତି ଯେ, ଆମର ଅଧ୍ୟୟନର ଫଳାଫଳ ଦର୍ଶାଇଛି ଯେ ଏହି ଅଧ୍ୟୟନରେ ଜଡିତ ଏହିପରି ଦୁଇଜଣ ମହିଳା ଟିକାକରଣର ଡୋଜ୍ SARS-COV-2Omicronରୁ ସଂକ୍ରମିତ ହେବା ପରେ ତାଙ୍କ ଗର୍ଭରେ ବଢ଼ୁଥିବା ଭ୍ରୃଣରେ ସମସ୍ୟା ଦେଖାଗଲା ।

Get real time updates directly on you device, subscribe now.