fbpx

କୋଭିଡ ଭାଇରସକୁ ନେଇ ଆସିଲା ନୂଆ ତଥ୍ୟ: ମୋବାଇଲ ଫୋନରେ ବ୍ୟାପୁଛି ସଂକ୍ରମଣ

ନୂଆଦିଲ୍ଲୀ: ଗତ ଦୁଇବର୍ଷ ଧରି କୋଭିଡ୍ ଜନମାନସକୁ ନିଜ କବଜାରେ ରଖିଛି । ଏବେ କୋଭିଡର କାୟା ମାଡ଼ି ଚାଲିଥିବା ବେଳେ ଆଗକୁ ମଧ୍ୟ ନୂଆ ନୂଆ ଭାରିଆଣ୍ଟ ସାମ୍ନାକୁ ଆସିବ ବୋଲି କିଛି ବିଶେଷଜ୍ଞ ମତ ଦେଇଛନ୍ତି । ତେବେ ଭାଇରସ ବିରୋଧରେ ଲଢ଼େଇ ପାଇଁ ବିଭିନ୍ନ ପ୍ରକାର କଟକଣା ପାଳନ କରିବାକୁ ଏକ୍ସପର୍ଟମାନେ ପରାମର୍ଶ ଦେଇଥିବା ବେଳେ ଏହାର ବ୍ୟାପିବାର କାରଣ ମଧ୍ୟ କହିଛନ୍ତି । ତେବେ ଏନେଇ ଏକ ନୂଆ ତଥ୍ୟର ପର୍ଦ୍ଦାଫାଶ ହୋଇଛି । ଆପଣ ଦୈନନ୍ଦିନ ବ୍ୟବହାର କରୁଥିବା ସ୍ମାର୍ଟଫୋନରେ କୋଭିଡ୍ ସଂକ୍ରମଣ ବ୍ୟାପୁଥିବା ନେଇ ଏକ ନୂଆ ଚର୍ଚ୍ଚା ହେଉଛି ।

ବିଶେଷଜ୍ଞଙ୍କ ମତରେ, ଆମେ ଯେତେବେଳେ ବାହାରକୁ ଯାଉ ସେ କ୍ଷେତ୍ରରେ ସଂକ୍ରମଣ ବଢ଼ିବାର ଆଶଙ୍କା ବଢ଼ିଯାଇଥାଏ । ସିଧାସଳଖ କହିବାକୁ ଗଲେ ଆମେ ବାହାରୁ ଘର ଭିତରକୁ ଭାଇରସକୁ ନେଇକରି ଆସୁ । ଭାଇରସ ବାହକର ମୁଖ୍ୟ ମାଧ୍ୟମ ସାଜିଥାଏ ଆମର ସ୍ମାର୍ଟଫୋନ୍ । ତେଣୁ ଆପଣ ଫୋନକୁ ଭଲ ଭାବେ ସାନିଟାଇଜ୍ କରିବା ଦରକାର । ଏଥିପାଇଁ ଆପଣ ଲିଣ୍ଟ-ଫ୍ରି ମାଇକ୍ରୋଫାଇବର କପଡ଼ା ବ୍ୟବହାର କରିବା ଉଚିତ୍ । ସାନିଟାଇଜ୍ କରିବା ପୂର୍ବରୁ ଆପଣ ସର୍ବପ୍ରଥମେ ଫୋନକୁ ସ୍ୱିଚ୍ ଅଫ୍ କରି ଦିଅନ୍ତୁ । ଏହାପରେ ଏହି କପଡ଼ାରେ ତଳ-ଉପର, ବାମ-ଡାହାଣ କରି ଦୁଇଥର ପୋଛି ଦିଅନ୍ତୁ । ଏହି ସମୟରେ ଫୋନର କଭରକୁ ବାହାର କରି ପରିଷ୍କାର କରିବା ଦରକାର । ଏହି ସହଜ ଉପାୟରେ ଆପଣ ନିଜର ଓ ପରିବାର ସଦସ୍ୟଙ୍କ ଫୋନକୁ କରୋନା ଭାଇରସ ମୁକ୍ତ କରିପାରିବେ ।

Get real time updates directly on you device, subscribe now.