fbpx

୨ରୁ ୪ ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରେ କୋଭିଡର ତୃତୀୟ ଲହର!

ମୁମ୍ବାଇ: କୋଭିଡ୍ ମହାମାରୀର ଦ୍ୱିତୀୟ ଲହର ଦେଶରେ ତାଣ୍ଡବ ରଚିବା ପରେ ବିପଦ ହୋଇ ଆସୁଛି ତୃତୀୟ ଲହର । ତେବେ ମହାରାଷ୍ଟ୍ରରେ କୋଭିଡ୍ ର ତୃତୀୟ ଲହର ଆଉ ମାତ୍ର ୨ରୁ ୪ ସପ୍ତାହ ମଧ୍ୟରେ ଆରମ୍ଭ ହୋଇଯିବ । ଏନେଇ ରାଜ୍ୟ କୋଭିଡ୍ ଟାସ୍କ ଫୋର୍ସ ଆଲର୍ଟ ରାଜ୍ୟବାସୀଙ୍କୁ ଏନେଇ ସଚେତନ କରିଛନ୍ତି । ଦ୍ୱିତୀୟ ଲହରରେ ଅନ୍ୟ ରାଜ୍ୟ ତୁଳନାରେ ମହାରାଷ୍ଟ୍ର ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଠାରେ ବିଶେଷ କରି ଅକ୍ସିଜେନ୍ ଅଭାବରେ ଅନେକ ଲୋକ ପ୍ରାଣ ହରାଇଥିଲେ । ପ୍ରଥମ ଲହର ନସରୁଣୁ କୋଭିଡ୍ ନିୟମାବଳୀରେ କୋହଳ କରାଯାଇଥିବା କାରଣରୁ ଦ୍ୱିତୀୟ ଲହର ଏତେ ପରିମାଣରେ ଭୟଙ୍କର ହୋଇଯାଇଥିଲା । ତେଣୁ ଆଗକୁ ଆସୁଥିବା ତୃତୀୟ ଲହର ପାଇଁ ରାଜ୍ୟ ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

ରାଜ୍ୟ ଟାସ୍କ ପକ୍ଷରୁ କୁହାଯାଇଛି ଯେ, ତୃତୀୟ ଲହର ପିଲାମାନଙ୍କ ଉପରେ ବେଶି ପ୍ରଭାବ ପକାଇବ ନାହିଁ । ହେଲେ ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହରରେ ଅଧିକ ପଜିଟିଭ୍ କେସ୍ ଆଣିପାରେ । ଆହୁରି ମଧ୍ୟ ଅନୁମାନ କରାଯାଉଛି ଯେ, ଏଥିରେ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ପାର୍ କରିପାରେ । ପିଲାମାନଙ୍କ ପ୍ରତି ଏହା ବେଶି ପ୍ରଭାବଶାଳୀ ସାବ୍ୟସ୍ତ ହେବ ନାହିଁ ବୋଲି ଆଶା ପ୍ରକାଶ କରାଯାଉନଥିବା ବେଳେ ୧୦ ପ୍ରତିଶତ ଯୁବପିଢ଼ିଙ୍କ ଉପରେ ଏହା ଭୟଙ୍କର ସାବ୍ୟସ୍ତ ହେବ ବୋଲି ଅନୁମାନ କରାଯାଉଛି ।

ଟାସ୍କ ଫୋର୍ସ ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ ଏହାକୁ ନେଇ ଏକ ବୈଠକ ବସିଥିଲା । ଏଥିରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦେଶ ଏଯାବତ୍ ୪୨ କୋଟି ଟିକା ପାଇଥିବା ରାଜ୍ୟକୁ ଏଥିରୁ ଅନେକ ଲାଭ ମିଳିଛି । ଟିକାକରଣ ଉପରେ ଧ୍ୟାନ ଦିଆଯାଇଥିବାରୁ ମୃତ୍ୟୁହାର ମଧ୍ୟ କମିଛି । ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ତୃତୀୟ ଲହର ଆହୁରି ମାରାତ୍ମକ ହେବ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.