fbpx

Live Update: କୋଭିଡ୍ ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ସୁଚନା

ଭୁବନେଶ୍ୱର : ଦ୍ୱିତୀୟ ଲହର ଏତେ ଭୟାନକ ହେବ ବୋଲି କେହି ଭାବି ନଥିଲେ । ଆମ ଦେଶର ସ୍ଥିତି ଏତେ ସଙ୍ଗୀନ ରହିଛି ଯେ ତାହା । କଳ୍ପନା କରିହେବ ନାହିଁ । ଛତିଶଗଡ ସୀମା ଯୋଗୁଁ ସଂକ୍ରମର ଆହୁରି ବଢ଼ିଛି । ପ୍ରତିଦିନ ନୁଆ ରେକର୍ଡ କରୁଛି ଓଡିଶା । ଏନେଇ ଆଜି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସୁଚନା ଦେଇଛନ୍ତି । ସେ ଓଡିଶାବାସୀଙ୍କୁ ନିବେଦନ କରିଛନ୍ତି ଯେ, କୋଭିଡ୍ ନିୟମ ପାଳନ କରନ୍ତୁ । ଆଜି ଆକ୍ରାନ୍ତ ଙ୍କ ସଂଖ୍ୟା ସର୍ବକାଳୀନ ରେକର୍ଡ ଭାଙ୍ଗିଥିବା ବେଳେ ଆଜି ଏହି ସଂଖ୍ୟା ୮୬୮୧ ରେ ପହଞ୍ଚିଛି । ତେଣୁ ଏହାକୁ ନଜରରେ ରଖି ଟେଷ୍ଟିଂ ବଢ଼ାଇଛୁ । ଆମ ଦେଶର ୮ ରୁ୯ ରାଜ୍ୟରେ ସଂକ୍ରମଣ ସଂଖ୍ୟା ୮୦ ପ୍ରତିଶତ ରହିଛି । ୨୫ ହଜାର ଆରଟିପିସିଆର୍ ଟେଷ୍ଟ କରିବା ନେଇ ଲକ୍ଷ୍ୟ ରଖିଛୁ । ଓଡିଶାରେ ସଂକ୍ରମଣ ହାର ୧.୮ % ରହିଛି । ୫୨୭୧ ଟି ରୋଗୀ ଏବେ ଚିକିତ୍ସାରତ ଅଛନ୍ତି । ୪୦,୦୦୦ ବେଡ୍ ସହିତ ଅକ୍ସିଜେନ୍ ରହିଛି । ୫୦ ହଜାର ଉପରେ ରାପିଟ ଆଣ୍ଟିଜେନ ଟେଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଅକ୍ସିଜେନ୍ ସମ୍ପର୍କରେ କହିଛନ୍ତି ଯେ, ରାଜ୍ୟରେ ଏହାର ଅଭାବ ରହିବନି । ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍ ରହିଛି । ଆହୁରି ମଧ୍ୟ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ରେମଡେସିଭର୍ ରହିଛି । ଯାହାର ଅକ୍ସିଜେନ୍ ଲେବଲ୍ ୯୨ ଲେବଲ୍ ରହିଛି ସେମାନେ ବ୍ୟସ୍ତ ନହୋଇ ଘରେ ଆଇସୋଲେସନ୍ ରେ ରୁହନ୍ତୁ । ତେଣୁ ହୋମ୍ ଆଇସୋଲେସନ୍ ରେ ରହିବା ହେଉଛି ସବୁଠାରୁ ଭଲ ଉପାୟ । ଯଦି କୌଣସି ସିରିୟସ୍ ପରିସ୍ଥିତି ସୃଷ୍ଟି ହେବ ତାହେଲେ ଆମ ରାଜ୍ୟରେ ଆମ୍ବୁଲାନ୍ସର ପର୍ଯ୍ୟାପ୍ତ ବ୍ୟବସ୍ଥା ରହିଛି । ୪୩ ହଜାର ରେମଡେସିଭର୍ ରହିଛି ଆମ ରାଜ୍ୟରେ । ଏନେଇ ଅତିରିକ୍ତ ମୁଖ୍ୟ ସଚିବ ସୁଚନା ଦେଇଛନ୍ତି । ଏଥିସହିତ ସେ କହିଛନ୍ତି ଯେଉଁ ମାନେ ପ୍ରଥମ ଡୋଜ୍ ଟିକା ନେଇ ସାରିଛନ୍ତି ସେମାନେ ଦ୍ୱିତୀୟ ଡୋଜ୍ ଟିକା ନେବା ନିହାତି ଜରୁରୀ । ନଚେତ୍ ପ୍ରଥମ ଡୋଜ୍ ଟିକା ଅକାମୀ ହେବାର ସମ୍ଭାବନା ରହିଛି ।

ଟିକା ପ୍ରସ୍ତୁତକାରୀ କମ୍ପାନୀ ମାନଙ୍କୁ ରାଜ୍ୟ ତରଫରୁ ଚିଠି କରାଯାଇଥିଲା । ଆଉ ସେମାନେ ଟିକା ଯୋଗାଇବା ନେଇ ପ୍ରତିଶ୍ରୁତି ଦେଇଛନ୍ତି । ଯେଉଁ ସମୟରେ ଟିକା ଆସି ରାଜ୍ୟରେ ଆସି ପହଞ୍ଚିବ, ତାପର ଠାରୁ ହିଁ ଟିକାକରଣ ଆରମ୍ଭ କରାଯିବ । ତେଣୁ ସମସ୍ତ ୧୮ ରୁ ୪୪ ବର୍ଗର ବ୍ୟକ୍ତି ବିଶେଷ ମାନେ ରେଜିଷ୍ଟ୍ରେସନ୍ କରନ୍ତୁ । ରାଜ୍ୟରେ ଟିକା ଜନସଂଖ୍ୟା ଅନୁସାରେ ଟିକା ପହଞ୍ଚିବା କ୍ଷଣି ଟିକାକରଣ ଆରମ୍ଭ କରାଯିବ ବୋଲି ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ସୁଚନା ଦେଇଛନ୍ତି । ଏଥିସହିତ ସପ୍ତାହାନ୍ତ ସଟଡାଉନ୍ ସମୟରେ ଟିକାକରଣ କୁ ବନ୍ଦ ରଖାଯିବା ସହିତ ସେହି ଦିନ ମାନଙ୍କ ରେ ଟିକାକରଣ କେନ୍ଦ୍ର ଗୁଡିକୁ ସାନିଟାଇଜେସନ୍ କରାଯିବ ।

ବେଡ୍ ସଂକ୍ରାନ୍ତରେ ସୁଚନା ଦେଇ ସେ କହିଛନ୍ତି ଯେ, ଆମ ରାଜ୍ୟରେ ଏବେ ଜେନେରାଲ୍ ବେଡ ୮୪୬୩ ରହିଛି । ତାକୁ ନଜରରେ ରଖି ପାଖାପାଖି ୪୪ ପ୍ରତିଶତ ରୋଗୀ ଅର୍ଥାତ୍ ୩୪୯୧ ରୋଗୀ ଅଛନ୍ତି । ଏଥିସହିତ ଆଇସିୟୁ ବେଡ୍ ରହିଛି ୨୬୩ ରହିଛି । ସେହିପରି ଭେଣ୍ଟିଲେଟର ରହିଛି ୭୦୧ । ବିଏମସି ଅଞ୍ଚଳରେ କୋଭାକ୍ସିନ୍ ଟିକା ଦିଆଯାଉଥିବା ବେଳେ ଅନ୍ୟ ଅଞ୍ଚଳ ମାନଙ୍କ କୋଭିସିଲଡ୍ ଟିକା ଦିଆଯାଇଥିଲା ।

Get real time updates directly on you device, subscribe now.