fbpx

କୋଭିଡ ଭ୍ୟାକସିନେସନ: ସନ୍ଧ୍ୟା ପର୍ଯ୍ୟନ୍ତ ଖୋଲା ରହିବ ରେଜିଷ୍ଟ୍ରେସନ

ଭୁବନେଶ୍ୱର, ୧୨ା୧ (ଓଡିଶା ଭାସ୍କର): ଆଜି ଭ୍ୟାକସିନ ରାଜ୍ୟରେ ପହଞ୍ଚିବା ପରେ ଲୋକଙ୍କୁ ପ୍ରଦାନ କରାଯିବ । ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଟିକା ଭୁବନେଶ୍ୱରରେ ଆଜି ପହଞ୍ଚିବ । ତେବେ ଟିକା ପହଞ୍ଚିବା ପରେ ଏହା ବିତରଣ ନେଇ ପ୍ରଶାସନ ପକ୍ଷରୁ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଇଛି । ଏନେଇ ସନ୍ଧ୍ୟା ପର୍ଯ୍ୟନ୍ତ ରେଜିଷ୍ଟ୍ରେସନକୁ ଖୋଲା ରଖାଯିବ । ଟିକା ଆସିବା ପରେ ରାଜ୍ୟ ସଂଗ୍ରହାଳୟରେ ରଖାଯିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଆଗଧାଡ଼ିର କର୍ମଚାରୀଙ୍କ ଏକ ତାଲିକା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି । ଏହି କର୍ମଚାରୀଙ୍କ ମଧ୍ୟରେ ୨୧ ହଜାର ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ରହିଛନ୍ତି । ତେବେ ରାଜ୍ୟର ୨୭ଟି ସରକାରୀ ଓ ୧୮ଟି ବେସରକାରୀ ହସ୍ପିଟାଲରେ ଭ୍ୟାକସିନେସନ ସେଣ୍ଟର ଖୋଲା ଯାଇଛି । ଆସନ୍ତା ୧୬ ତାରିଖରେ ଭୁବନେଶ୍ୱରର ୫ଟି ସ୍ଥାନରେ ଟିକା ଲଞ୍ଚ କରାଯିବ । ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ, ୟୁନିଟ-୪ ସରକାରୀ ହସ୍ପିଟାଲରେ ସେଣ୍ଟର ଖୋଲିବାକୁ ଅନୁମତି ଦିଆଯାଇଛି । ଏଥିସହ ବିଏମସି ହସ୍ପିଟାଲ, ସମ ହସ୍ପିଟାଲ ଓ କିମ୍ସ ହସ୍ପିଟାଲରେ ଭ୍ୟାକସିନ ଲଞ୍ଚ କରାଯିବ ।

Get real time updates directly on you device, subscribe now.