fbpx

ଏହି ତାରିଖରେ ଭାରତରେ ଆସିବ କରୋନାର ପିକ୍, IIT ରିସର୍ଚ୍ଚରୁ ହେଲା ଖୁଲାସା

ନୂଆଦିଲ୍ଲୀ: ସମଗ୍ର ଭାରତବର୍ଷରେ ବର୍ତ୍ତମାନ ଦୈନିକ ୩ ଲକ୍ଷରୁ ଅଧିକ କୋଭିଡ୍ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଏପରିସ୍ଥଳେ ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ, ଭାରତରେ କୋଭିଡ୍ ଲହର ପିକରେ ପହଞ୍ଚି ସାରିଛି । ଅପରପକ୍ଷେ ଆଇଆଇଟି ମାଡ୍ରାସର ବିଶ୍ଲେଷକମାନେ କହିଛନ୍ତି ଯେ, ଲଗାତର ଦୁଇ ସପ୍ତାହ ଧରି ଦେଶରେ ଆର-ଭାଲ୍ୟୁରେ ହ୍ରାସ ଘଟିଛି । ମାତ୍ର ଏହାକୁ ଅଣଦେଖା କରାଯାଇ ପାରିବନି । ଆସନ୍ତା ଫେବୃଆରୀ ୬ ତାରିଖ ସୁଦ୍ଧା କୋଭିଡ୍ ସଂକ୍ରମଣ ପିକରେ ପହଞ୍ଚିବ । ପୂର୍ବରୁ ଫେବୃଆରୀ ୧ରୁ ୬ ମଧ୍ୟରେ ତୃତୀୟ ଲହର ଆସିବ ବୋଲି ପୂର୍ବାନୁମାନ କରାଯାଇଥିଲା ।

ସାଧାରଣତଃ ଜଣେ ବ୍ୟକ୍ତି କେତେଜଣଙ୍କ ସଂସ୍ପର୍ଶରେ ଆସିଛି ତାହା ଆର-ଭାଲ୍ୟୁରୁ ଜଣାପଡ଼ିଥାଏ । ଯଦି ଜଣେ ଲୋକର ଆର-ଭାଲ୍ୟୁ ୧ ତେବେ ତା’ ଦ୍ୱାରା ଆଉ ଜଣେ ବ୍ୟକ୍ତି ସଂକ୍ରମିତ ହେବାର ଆଶଙ୍କା ରହିଥାଏ । ସେହିପରି ଯଦି ଜଣଙ୍କର ଆର-ଭାଲ୍ୟୁ ୩ ତେବେ ସେ ୩ ଲୋକଙ୍କୁ ସଂକ୍ରମିତ କରିପାରେ । ଗତ ୧୪ରୁ ୨୧ ତାରିଖ ମଧ୍ୟରେ ଦେଶରେ ଆର-ଭାଲ୍ୟୁ ୧.୫୭ ରହିଥିବା ବେଳେ ୭ରୁ ୧୩ ମଧ୍ୟରେ ୨.୨, ଗତ ଡିସେମ୍ବର ୨୫ରୁ ୩୧ ମଧ୍ୟରେ ୨.୯ ରହିଥିଲା । ମୁମ୍ବାଇରେ ଆର-ଭାଲ୍ୟୁ ୦.୬୭, ଦିଲ୍ଲୀରେ ୦.୯୮, ଚେନ୍ନାଇର ୧.୨ ଓ କୋଳକତାରେ ୦.୫୬ ରହିଥିଲା । ମୁମ୍ବାଇରେ ଆର-ଭାଲ୍ୟୁ ହ୍ରାସ ଘଟିଥିବା ବେଳେ ଦିଲ୍ଲୀରେ ତାହା ୧ ପାଖାପାଖି ରହିଛି । ସଂକ୍ରମିତଙ୍କ ସଂପର୍କରେ ଆସିଥିବା ଲୋକଙ୍କୁ ଠାବ କରିବା ବାଧ୍ୟତାମୂଳକ ନୁହେଁ ବୋଲି ଆଇସିଏମଆର ପକ୍ଷରୁ ନିର୍ଦ୍ଦେଶନାମା ଜାରି ହେବା ପରେ ପୂର୍ବାପେକ୍ଷା କମ୍ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।

Get real time updates directly on you device, subscribe now.