fbpx

ଗୋ-ଚାଲାଣ: ଗୋଷ୍ଠୀ ସଂଘର୍ଷରେ ୫ ଆହତ

ଭୁବନେଶ୍ୱର, ୫ା୧୨ (ଓଡିଶା ଭାସ୍କର): ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ଖତଖୁରବାହାଲ ଗାଁରେ ଗୋଷ୍ଠୀ ସଂଘର୍ଷ ଘଟି ୫ ଜଣ ଆହତ ହୋଇଛନ୍ତି । ଜଣାପଡ଼ିଛି ଯେ, ଗୋ-ଚାଲାଣଙ୍କୁ ନେଇ ସୃଷ୍ଟ ଉତ୍ତେଜନା ଫଳରେ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ତେବେ ଘଟଣାସ୍ଥଳରେ ସ୍ଥାନୀୟ ଏସପି ପହଞ୍ଚିବା ସହ ଫୋର୍ସ ମୁତୟନ କରାଯାଇଛି । ଗୋ-ଚାଲାଣ ଏକ ବେଆଇନ କାର୍ଯ୍ୟ ହୋଇଥବାରୁ ଅନେକ ସମୟକୁ ଏହାକୁ ନେଇ ବିଭିନ୍ନ ଘଟଣା ଘଟୁଥିବାର ନଜିର ରହିଛି ।

Get real time updates directly on you device, subscribe now.