fbpx

କରୋନା ଟିକା ପଞ୍ଜୀକରଣ ହେଉନଥିବା ଘଟଣାରେ ସରକାର ରଖିଲେ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ ୨୮ ।୪ (ଓଡ଼ିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ଦ୍ରୁତ ବେଗରେ ବଢିବାରେ ଲାଗିଛି । ଏନେଇ ଭାରତ ସରକାରଙ୍କ ପକ୍ଷରୁ ମେ ୧ ତାରିଖ ଠାରୁ ୧୮ ବର୍ଷରୁ ବୟସ୍କ ମାନଙ୍କୁ କରୋନା ଟିକା ଲଗାଯିବ ବୋଲି ଘୋଷଣା କରିଛନ୍ତି । ଏହାସହ ଆଜି ଅନଲାଇନ୍ କରୋନା ଟିକାକରଣ ପଞ୍ଜୀକରଣ କରାଯାଉ ଥିବା ବେଳେ ଆପ୍ ଗୁଡିକର ସର୍ଭର ସ୍ଲୋ ଯୋଗୁ ପଞ୍ଜୀକରଣରେ ସମସ୍ୟା ଦେଖା ଦେଇଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ୍ ହୋଇଥିଲା । ଏହି ଭିଡିଓ ଭାଇରଲ୍ ହେଲା ପରେ ସରକାରଙ୍କ ତରଫରୁ ଏନେଇ ଟ୍ୱିଟ ଯୋଗେ ସୂଚନା ଦଆଯାଇଛି । ଏଥିରେ କୁହାଯାଇଛି କି ରାଜ୍ୟ ସରାକାର ଏବଂ ବେସରକାରୀ ଟିକାକରଣ କେନ୍ଦ୍ରଗୁଡିକ ଟିକାକରଣ ପାଇଁ ଅଧିବେଶନ ନିର୍ଦ୍ଧରଣ କରିବାପରେ ୧୮ ବର୍ଷରୁ ବୟସ୍କଙ୍କ ଲାଗି ଟିକାକରଣ ପଞ୍ଜୀକରଣ ସମ୍ଭବ ହେବ ।

ସୂଚନା ଅନୁସାରେ କରୋନା ଟିକାକରଣ ପାଇଁ ଏପ୍ରିଲ ୨୮ ତରିଖ ବା ଆଜି ଠାରୁ ଏହାର ପଞ୍ଜୀକରଣ ଆରମ୍ଭ ହୋଇଛି । ଏଥିଲାଗି ପଞ୍ଜୀକରଣ କରାଯାଉ ଥିବା ଆପ୍ ଆରୋଗ୍ୟ ସେତୁ ଏବଂ କାଉନ୍ ଆପ ଲଗାତାର ଭାବେ କ୍ରାସ୍ ହେବାରେ ଦେଖା ଦେଇଥିଲା । ଏହାକୁ ନେଇ ସୋସିଆଲ ମିଡିଆରେ ଅଭିଯୋଗ ହୋଇଛି ।

କରୋନା ଟିକାକରଣ ପାଇଁ କାଉନ୍ ଏବଂ ଆରୋଗ୍ୟ ସେତୁ ଆପରେ ପଞ୍ଜୀକରଣ  କରାଯାଉଛି । ଯେହେତୁ ଦେଶର ପ୍ରାୟ ସବୁ ଲୋକ ଟକିକରଣ ପାଇଁ ପଞ୍ଜୀକରଣ କରୁଛନ୍ତି ଏନେଇ ଲୋଡ ଅଧିକ ହୋଉଥିବାରୁ ସର୍ଭର ସ୍ଲୋ ହୋଇଯାଉଛି । ଏଥିପାଇଁ ବହୁତ ଭଲ ଭାବରେ ସର୍ଭର୍ ନେଟୱାର୍କ ଠିକ୍ କରିବାର ଥିଲା ଯାହା ହୋଇ ନଥିବା ଦେଖିବାକୁ ମିଳିଥିଲା । ଯେଉଁଥିପାଇଁ ଲୋକମାନେ ପଞ୍ଜୀକରଣ ଲାଗି ସମସ୍ୟା ଭୋଗ କରୁଛନ୍ତି । ଏହାସହ କେତକ ଲୋକଙ୍କର ପଞ୍ଜୀକରଣ ହେଉଥିôବା ବେଳେ ଅନ୍ୟ ଲୋକମାନଙ୍କର ପଞ୍ଜୀକରଣ ନେଇ ଓଟିପି ଆସୁନାହିଁ ।

Get real time updates directly on you device, subscribe now.