fbpx

ତିନିରଙ୍ଗେ ସଜେଇ ହୋଇଛି କମିସନରେଟ୍‌ ପୋଲିସ୍‌ କାର୍ଯ୍ୟାଳୟ, ଲାଗିଛି ଗହଳି

ଓଡ଼ିଶା ଭାସ୍କର ବ୍ୟୁରୋ: ସ୍ଵାଧୀନତା ଦିବସ ପାଇଁ ନୂଆ ରୂପରେ ସଜେଇ ହୋଇଛି କମିସନରେଟ୍‌ ପୋଲିସ୍‌ ମୁଖ୍ୟ କାର୍ଯ୍ୟାଳୟ। ତିରଙ୍ଗା ସମାନ ତିନି ରଙ୍ଗରେ ଆଲୋକମାଳା ଖୁବ୍‌ ଆକର୍ଷଣୀୟ ହୋଇପାରିଛି। ଖାଲି ସେତିକି ନୁହେଁ ଆଲୋକମାଳା ସାଙ୍ଗକୁ ମ୍ୟୁଜିକର ତାଳ ସମ୍ପୃକ୍ତ ପରିବେଶକୁ ସୁନ୍ଦର କରିପାରିଛି। ଆଉ ଏହାକୁ ଘଡ଼ିଏ ଦେଖିବା ପାଇଁ ଲୋକେ ଅଟକି ଯାଉଛନ୍ତି।

Crowd in front of Commissionerate police HQ to witness the show during weekend shutdown

ସୂଚନା ଅନୁସାରେ ସ୍ଵାଧୀନତା ଦିବସକୁ ଦୃଷ୍ଟିରେ ରଖି ସପ୍ତାହନ୍ତ ଶଟ୍‌ଡାଉନ୍‌ରେ ସାମାନ୍ୟ କୋହଳ କରାଯାଇଥିଲା। ରବିବାର ଦିନ ୧୧ଟା ପର୍ଯ୍ୟନ୍ତ ନିୟମ ଢିଲା କରାଯାଇଥିଲା। କିନ୍ତୁ ସନ୍ଧ୍ୟା ବେଳକୁ କମିସନରେଟ୍‌ କାର୍ଯ୍ୟାଳୟ ଆଗରେ ଲୋକଙ୍କ ଗହଳି ଦେଖି ସାଧାରଣରେ ଅନେକ ପ୍ରଶ୍ନ ଉଠିଥିଲା।

Get real time updates directly on you device, subscribe now.