fbpx

କେବଳ ଇଂରାଜୀ ନୁହେଁ, ଏହିସବୁ ଭାଷାରେ ବି ତିଆରି ହୋଇପାରିବ ଆଧାର କାର୍ଡ; ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ: ଆଧାର କାର୍ଡ ହେଉଛି ବର୍ତ୍ତମାନ ସମୟରେ ଏକ ନିହାତି ଜରୁରୀ ଦସ୍ତାବିଜ୍ ଯାହା ଭାରତୀୟ ନାଗରିକଙ୍କ ପାଖରେ ରହିବା ଆବଶ୍ୟକ । ବ୍ୟାଙ୍କ ଖାତା ଖୋଲିବା ପାଇଁ, ଯାନବାହାନ ପଞ୍ଜୀକରଣ କରିବା ପାଇଁ ପ୍ରତ୍ୟେକଟି ଅଫିସିଆଲ୍ କାମ ପାଇଁ ଆଧାର ଜରୁରୀ । ଆଧାରକାର୍ଡ ବିନା ଆପଣ ସରକାରୀ ଯୋଜନାର ଲାଭ ଉଠାଇବାରୁ ବଞ୍ଚିତ ହୋଇପାରିବେ । ଆଧାରକାର୍ଡକୁ ପରିଚୟ ପ୍ରମାଣ ଓ ଠିକଣା ଚିହ୍ନଟ ପାଇଁ ବ୍ୟବହାର କରାଯାଏ । ଆଜିର ସମୟରେ ବ୍ୟାଙ୍କ ସହ ଜଡ଼ିତ କାଗଜପତ୍ର, ଟଙ୍କା କାରବାର, ଘର କିଣିବା ଓ ଗାଡ଼ି କିଣିବା ଅନ୍ୟ କୌଣସି ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ଆଧାରକାର୍ଡ ଜରୁରୀ ।

ତେବେ ଏହି ଆଧାର କାର୍ଡରେ କେବଳ ଆପଣଙ୍କର ଠିକଣା ନୁହେଁ ବରଂ ଆପଣ ମାନଙ୍କର ବାୟୋମେଟ୍ରିକ୍ ସୂଚନା ବି ରହିଥାଏ । ତେବେ ଆଧାର ସେବା ଯୋଗାଉଥିବା ସଂସ୍ଥା ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ ବା ୟୁଆଇଡିଏଆଇ ପକ୍ଷରୁ ଅନେକ ଆଞ୍ଚଳିକ ଭାଷାରେ ବି ଆଧାର କାର୍ଡ ଉପଲବ୍ଧ ହୋଇପାରୁଛି । ଆପଣ ମାନେ କେବଳ ଇଂରାଜୀରେ ଆଧାର କାର୍ଡ ଦେଖିଥିବେ । ହେଲେ ଏହା ଅନେକ ଭାଷାରେ ବି ଉପଲବ୍ଧ ହୋଇପାରୁଛି ।

ଇଂରାଜୀ ସମେତ ଉର୍ଦ୍ଦୂ, ପଞ୍ଜାବୀ, ତେଲୁଗୁ, ବଙ୍ଗାଳୀ, ଗୁଜୁରାତୀ, ଗୁଜୁରାଟ, ଓଡ଼ିଆ, ହିନ୍ଦୀ, କନ୍ନଡ, ମରାଠୀ, ମାଲାୟାଲାମ୍, ତାମିଲ ଭାଷାରେ ବି ଆଧାର କାର୍ଡ ହୋଇପାରିବ । ଆପଣ ଚାହିଁଲେ ନିଜ ଭାଷାରେ କାର୍ଡ କରିପାରିବେ । ତେବେ ଆପଣ ନିଜ ଭାଷାରେ ଆଧାର କାର୍ଡ କରିବା ପାଇଁ ଆବେଦନ କରିପାରିବେ । ଏଥିପାଇଁ ତିନି ସପ୍ତାହ ସମୟ ଲାଗିପାରେ । ଆପଣ ନିକଟ ଆଧାର ସେବା କେନ୍ଦ୍ରରେ ଏନେଇ ଆବେଦନ କରିପାରିବେ ।

Get real time updates directly on you device, subscribe now.