fbpx

ମାଗଣା ଖାଇବାର ଲୋଭ: ଆକାଉଣ୍ଟ ସଫା କରିଦେଲେ ସାଇବର ଲୁଟେରା

ନୂଆଦିଲ୍ଳୀ: ମାଗଣା ଖାଇବାର ଲୋଭ ମହଙ୍ଗା ପଡିଛି । ଜଣେ ୭୪ ବର୍ଷୀୟ ବ୍ୟକ୍ତି ମାଗଣା ଖାଇବା ଲୋଭରେ ପଡିଥିବା ବେଳେ ସାଇବର ଠକ ଆକାଉଣ୍ଟରେ କଳାକନା ବୁଲାଇ ଦେଇଛନ୍ତି । ଫେସବୁକ୍ ଆଡରେ ମାଗଣା ଖାଇବାର ଆଡ ଦେଖି ଲାଳସାରେ ପଡି ଯାଇଥିଲେ ଆଉ ଆକାଉଣ୍ଟରୁ କଟି ଯାଇଥିଲା ଏକ ଲକ୍ଷ ଟଙ୍କା । ଏହି ବ୍ୟକ୍ତିଙ୍କ ନାମ ହେଉଛି ଏନ ଡି ଆନନ୍ଦ । ଫେସବୁକ୍ ଆଡରେ ୧୦୦ ଟଙ୍କାରେ ଦୁଇଟି ଥାଳି ମିଲ୍ ମିଳୁଥିବା ନେଇ ଆଡ ଦେଖିଥିଲେ ଆନନ୍ଦ । ଆନନ୍ଦ ୧୯ ତାରିଖରେ ଏହି ଆଡ ଦେଖିବା ସହିତ ଏହାର ଲାଭ ଉଠାଇବାକୁ ଚାହିଁଥିଲେ ।

୧୯ ତାରିଖରେ ଏହି ଆଡ ଦେଖିବା ପରେ ଏହାର ଫାଇଦା ଉଠାଇବାକୁ ଯାଇଥିଲେ ଆନନ୍ଦ । ତେବେ ଏହାର ବିପରୀତ ଫଳ କିନ୍ତୁ ତାଙ୍କୁ ମିଳିଥିଲା । ଦୁଇଟି ଥାଳିର ମୂଲ୍ୟ ମାତ୍ର ୧୦୦ ଟଙ୍କା ରହିଥିଲା । ପ୍ରଥମେ ୧୦ ଟଙ୍କାର ପେମେଣ୍ଟ କରିବାକୁ ପଡିଥିଲା ଏବଂ ପରବର୍ତ୍ତୀ ୯୦ ଟଙ୍କା ଡେଲିଭରୀ ସମୟରେ ଦେଇଥାନ୍ତେ । ତେବେ ୧୦ ଟଙ୍କା ପେମେଣ୍ଟ କରିବାର ତୁରନ୍ତ ପରେ ୪୯ ହଜାର ୭୨୦ ଟଙ୍କା ଦୁଇଥର କଟି ଯାଇଥିଲା । ଅଭିଯୋଗକାରୀଙ୍କ କହିବା ଅନୁସାରେ ଦୀପକ ନାମକ ଜନୈକ ବ୍ୟକ୍ତି କଲଟି ଉଠାଇଥିଲେ । କଲ ସମୟରେ ସେ ୧୦ ଟଙ୍କାର ପେମେଣ୍ଟ କରିଥିଲେ । ଏହାପରେ ଅର୍ଡର ସମ୍ପୂର୍ଣ୍ଣ କରିବା ପାଇଁ ଓଟିପି ଶେୟାର କରିବା ପରେ ତାଙ୍କ ଆକାଉଣ୍ଟରୁ ପଇସା କଟି ଯାଇଥିଲା ।ଏହି ଘଟଣାକୁ ନେଇ ଆନନ୍ଦ ସାଇବର କ୍ରାଇମ ବିଭାଗ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି ।

Get real time updates directly on you device, subscribe now.